(ରଜନୀ କାନ୍ତ ପାତ୍ର / ହିଞିଳି) : ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ପାର୍ବଣ ଋତୁରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳର ଆସର ଜମିଥାଏ । ଯୁଆଡିଙ୍କୁ ସବାଡ କରିବାକୁ ଜୁଆ ଆଡ୍ଡାରେ ପୋଲିସର ନଜର ରହିଛି । ଆଜି ହିଞ୍ଜିଳି ଥାନା ପକ୍ଷରୁ ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ରେ ଯୁଆ ଖେଳ ଚାଲୁଥିବା ବେଳେ ହିଞ୍ଜିଳି ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ପୁଲିସ ୧୫ଜଣ ଯୁଆଡି ଙ୍କୁ ଗିରଫ କରିଥିବା ବେଳେ ସେମାନ ଙ୍କ ନିକଟରୁ ନଗଦ ୫୯, ୨୦୦ ଟଙ୍କା ଜବତ କରିଥିବା ହିଞ୍ଜିକି ଥାନା ସୁତ୍ରରୁ ପ୍ରକାଶ ପାଇଛି ।