ହିଂଜିଲି ଥାନା ଅନ୍ତର୍ଗତ ସାରୁ ଛକ ନିକଟରେ ବାଇକ ସହ ସ୍କୁଟି ଧକା ଜଣେ ମୃତ ତିନି ଗୁରୁତର

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ସାରୁ ଛକରେ ଅଜଣା ଗାଡି ଧକ୍କାରେ ଜଣେ ମୃତ ତିନିଜଣ ଆହତ ହୋଇଛନ୍ତି । ମୃକଙ୍କ ନାମ ମହେଶ ଦାଶ ବୟସ (୧୮) ବୋଲି ଜଣାପଡିଛି ବିକ୍ରମ ଦାଶ ଓ ମହେଶ ଦାସ ଗୋପାଳପୁର ଥାନା ଗଡ଼ଗାଁରୁ ତାଙ୍କର ମାମୁଁ ଘର କାଞ୍ଜିଅଁମାକୁ ବାଇକ ପଲସର ଓ ଡି ୦୭ଏ ଡି ୩୪୯୩ରେ ଆସୁଥିଲେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେବା ଯୋଗୁଁ ଭାରସାମ୍ୟ ହରାଇ ଆଗ ପଟୁ ଆସୁଥିବା ଏକ ସ୍କୁଟିକୁ ଧକା ଦେଇ ପଡିଯାଇଥିଲେ ଘଟଣାସ୍ଥଳରେ ମହେଶ ଦାସଙ୍କର ମୃତ୍ୟୁ ହୋଇଥିଲା ବାଇକରେ ବସିଥିବା ବିକ୍ରମ ଦାସ ଓ ସ୍କୁଟିରେ ଥିବା ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ଅଶୋକ ବେହେରା ୩୦ ଦେବରାଜ ବେହେରା ୨୨ ଆହତ ହୋଇ ହିଞ୍ଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।