ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

(ଅନୁଗୋଳ) : ମର୍ଣ୍ଣି ୱାକ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେର ଏକଘରିିଆରେ । ମୃତ ବୃଦ୍ଧ ଜଣକ ହେଲେ ଯୋଗେଶ୍ୱର ଦେବତା । ଘଟଣାରୁ ପ୍ରକାଶ ଯେ ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣି ୱାକ କରିବାକୁ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବସତଃ ହାତୀ ହାବୁଡରେ ପଡିଯାଇଥିଲେ । ହାତିର ଆକ୍ରମଣରେ ଘଟଣା ସ୍ଥଳରେ ଯୋଗେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ତାଳଚେର ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।