ହନର ଭି୩୦ ଏବଂ ଭି୩୦ ପ୍ରୋ ଆଜି ଲଞ୍ଚ ହୋଇଛି, ମିଳିପାରେ କମାଲର ଫିଚର୍ସ

(ରିପୋଟର୍ସ ଟୁଡେ): ଟେକ୍ କମ୍ପାନୀ ହନର ଆଜି ଚୀନରେ ଭି୩୦ ଏବଂ ଭି୩୦ ପ୍ରୋ ର ଲଞ୍ଚ କରିଛି । ଲଞ୍ଚ ପୁର୍ବରୁ କମ୍ପାନୀ ଏହି ସୂଚନା ଦେଇଥିଲା କି ଦୁଇଟିଯାକ ଫୋନରେ ହାଇସିଲିକାମ୍ପ୍ କିରିନ ଚିପସେଟ ମିଳିବ । ଏହା ସହିତ ୫ଜି କନେକ୍ଟିଭିଟ୍ ର ସପୋର୍ଟ ମଧ୍ୟ ଦିଆଯିବ । ଆଶା କରାଯାଉଛିକି କମ୍ପାନୀ ଏହି ଦୁଇଟି ଡିଭାଇସେଜରେ ଟପ୍ ଲାଇନ୍ ର ହାର୍ଡୱେୟର ଦେବ । କିନ୍ତୁ ହନର ଏହି ଦୁଇଟି ଫୋନକୁ ଭାରତରେ ଲଞ୍ଚ କରିବ କି ନାହିଁ ଅଧିକ କିଛି ସୂଚନା ଦେଇ ନାହିଁ । ତେବେ ଆସନ୍ତୁ ଜାଣିବା ହନର ଭି୩୦ ଏବଂ ଭି୩୦ ପ୍ରୋର ସଂମ୍ଭାବିତ ଦାମ୍ ଏବଂ ସ୍ପେସିଫିକେସନ ବିଷୟରେ……..

ହନର ଭି୩୦ ଏବଂ ଭି୩୦ ପ୍ରୋ ର ସଂଭାବିତ ସ୍ପେସିଫିକେସନ
ସୂଚନାଅନୁଯାୟୀ, କମ୍ପାନୀ ଦୁଇଟି ଡିଭାଇସେଜ୍ରେ ୬.୫୭ ଇଞ୍ଚର ଏଚ୍ଡି ଡିସପ୍ଲେ ଦେବ, ଯାହାର ସ୍କ୍ରିନ୍-ଟୁ-ବାଁଡୀ ରେସିୟୋ ୯୧.୪୬ ଫିସଦି ହେବ । ଏହା ସହ ହନର ଆଗାମି ଭି୩୦କୁ ୬ ଜିବି ଏବଂ ୮ ଜିବି ରାମ ୱେରିୟଟ ସହିତ ଦେଇପାରେ । ସେହିପରି, ଦ୍ୱିତୀୟ ପଟେ ଭି୩୦ ପ୍ରୋ କୁ ମଧ୍ୟ ୧୨୮ ଜିବି ଏବଂ ୨୫୬ ଜିବି ସ୍ଟୋରେଜ୍ ସହିତ ଲଞ୍ଚ କରାଯିବ । ସୂତ୍ରରୁ ପ୍ରକାଶ ୟୁଜର୍ସଙ୍କୁ ଦୁଇଟି ଫୋନ୍ସ୍ରେ ଲିକ୍ୱିଡ ଲୁକିଙ୍ଗ୍ ସିଷ୍ଟମ ମଧ୍ୟ ମିଳିବ । କମ୍ପାନୀ ଏହି ଡିଭାସେଜରେ ୪୦ ୱାଟ ଜାର୍ଜିଙ୍ଗ ଫିଚର ଦେଇପାରେ ।

ହନର ଭି୩୦ ଏବଂ ଭି୩୦ ପ୍ରୋର ସଂମ୍ଭାବି୍ କ୍ୟାମେରା
କ୍ୟାମେରାର କଥା କୁହାଯିବ୍ତ କମ୍ପାନୀ ଭି୩୦ରେ ୮ ମେଗାପିକ୍ସଲ ଏବଂ ଭି୩୦ ପ୍ରୋରେ ୧୨ ମେଗାପିକ୍ସଲର ସେଂସର ଦେଇପାରେ । ଏହା ସହିତ ଦୁଇଟିରେ ୪ଟି ମେଗାପିକ୍ସଲର ସେଂସର ମଧ୍ୟ ରହିବ । ଅନ୍ୟପଟେ ୟୁଜର୍ସଙ୍କୁ ଭି୩୦ରେ ୪,୨୦୦ ଏମଏଏଚ୍ ର ବ୍ୟାଟେରୀ ଏବଂ ଭି୩୦ ପ୍ରୋରେ ୪,୧୦୦ ଏମଏଏଚ୍ ର ବ୍ୟାଟେରୀ ମିଳିବ ।

ହନର ଭି ୩୦ ଏବଂ ଭି୩୦ ପ୍ରୋର କଲର ଭେରାଇଟ୍
ସୂଚନା ମୂତାବକ, ୟୁଜର୍ସ ଏହି ଦୁଇଟି ଫୋନକୁ ଆଇସଲ୍ୟାଣ୍ଡିକ୍ ଫେନ୍ଟସି, ମ୍ୟାଜିକ୍ ନାଇଟ ଷ୍ଟାର ରିଭର, ଚାର୍ମ ଷ୍ଟାର ବ୍ଲୁ ଏବଂ ଟ୍ୱିଲାଇଟ୍ ଅରେଞ୍ଜ କଲର ବିକଳ୍ପ ସହିତ କ୍ରୟ କରିପାରିବେ । ଏହି ଫୋନ ଆଡ୍ରୋଏଡ୍ ୧୦ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ କାମ କରି ପାରେ ।

ହନର ଭି୩୦ ଏବଂ ଭି୩୦ ପ୍ରୋର ଦାମ୍
କମ୍ପାନୀ ଏହି ଦୁଇଟି ଫୋନର ଦାମ୍ ମିଡ ରେଞ୍ଜରେ ରଖା ଯାଇଛି । ସେପଟେ, ୟୁଚର୍ସଙ୍କୁ ଦୁଇଟି ଫୋନର ଅସଲ ଦାମ୍ ଏବଂ ସ୍ପେସିଫିକେସନ୍ ବିଷୟରେ ସୂଚନା ଲଞ୍ଚ ପରେ ଦିଆଯିବ ।