ସ୍ୱାମୀ ସମ୍ନାରେ ନଦୀକୁ ଡେଇଁଲା ସ୍ତ୍ରୀ

(ଲମତାପାଟ) ; ସ୍ୱାମୀ ସ୍ତ୍ରୀ ଭିତର ଝଗଡା ନେଲା ଉଗ୍ର ରୂପ । ସ୍ୱାମୀ ସାମ୍ନାରେ ନଦୀକୁ ଡେଇଁଲା ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ । କୁକୁଡାପକ୍ଷୀ ଗାଁର ପଦ୍ମାଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ସାରି ପୂଜାରିଗୁଡ଼ ଘରକୁ ଫେରୁଥିଲେ । ସେହି ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପଦ୍ମାଖରା ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ସ୍ତ୍ରୀ । ନଦୀକୁ ଡେଇଁ ପଡ଼ିଥିବା ମହିଳା ଜଣକ କୁକୁଡ଼ାପଖି ଗ୍ରାମର ପଦ୍ମା ଖରା ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି । ମହିଳାଙ୍କୁ ପାଡ଼ୁଆ ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ଖୋଜୋଖାଜି କରୁଛନ୍ତି । ।ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ ।