(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ସ୍ବଚ୍ଛତା ଲାଗି ଓଡିଶାକୁ ‘ଇଣ୍ଡିଆ ଟୁଡେ’ ଗ୍ରୁପ ପକ୍ଷରୁ ସର୍ବାଧିକ ସ୍ବଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ନୂଆଦିଲ୍ଲୀଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଆଇଟିସି ମୌର୍ୟ୍ୟ ହୋଟେଲରେ ଆୟୋଜିତ ଷ୍ଟେଟ ଅଫ ଦି ଷ୍ଟେଟ୍ସ କନ୍କ୍ଲେଭ ୨୦୧୯ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ପୁରସ୍କାର ଗ୍ରହଣ ଅବସରରେ ମନ୍ତ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଦ୍ରୁତ ଗତିରେ ଉନ୍ନତି ପଥେ ଅଗ୍ରସର ହୋଇ ଚାଲିଛି। ବିଭିନ୍ନ କ୍ଷେତ୍ରରେ ଓଡିଶାର ଏହି ସଫଳତାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁକରଣ କରାଯାଇଛି। ଆଗାମୀ ଦିନରେ ସ୍ବଚ୍ଛ ଓ ସବୁଜ ସୁନ୍ଦର ଓଡ଼ିଶା ଗଠନ ଦିଗରେ ଏହା ସହାୟତା ଯୋଗାଇବ।