(ମୁନିଗୁଡା) : ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଏକ ଅତୁଟ ସମ୍ପର୍କ । କିନ୍ତୁ ଆଜିର ସମାଜ ତାକୁ କଳଙ୍କିତ କରିସାରିଲାଣି । ପ୍ରତିଦିନ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ନେଇ ଏମିତି ଖବର ଆସୁଛି । ଯାହା ଅତ୍ୟନ୍ତ ଲଜ୍ଜା ଜନକ । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତଗର୍ତ ଶୁକ୍ଳାଭଟ୍ଟା ଲୋହରା ସାହିରେ । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ତେବେ ଏ ଘଟନା କିଛି ନୂଆ ନୁହେଁ ଏମିତି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । ପରିବାର କଳହକୁ ନେଇ ଏମିତି ଘଟିତିବା ସୂଚନା ମିଳିଛି । ତେବେ ସମ୍ପୁର୍ଣ୍ଣ ଘଟଣା କିଛି ଏମିତି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତଗର୍ତ ଶୁକ୍ଲାଭଟ୍ଟା ଲୋହରା ସାହିରେ ପାରିବାରିକ କଳହକୁ ନେଇ ଘଟିଛି ଏମିତି ଏକ ନିର୍ମମ ହତ୍ୟା କାଣ୍ଡ । ସ୍ୱାମୀ ସୁରେନ୍ଦ୍ର ବଚା(୨୬) ସ୍ତ୍ରୀ ଝରଣା(୨୩) ବଚାକୁ ଟାଙ୍ଗିଆ ରେ ହାଣି ହତ୍ୟା କରିଛି । ଘଟଣା ପରେ ଖବରପାଇ ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସ୍ବାମୀ କୁ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।