ସୁସ୍ଥ ହେଲେ ସୁନ୍ଦରଗଡ କୋରୋନା ଆକ୍ରାନ୍ତ,୪୦ ଚିକିତ୍ସାଧିନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ସୁସ୍ଥ ହେଲେ ସୁନ୍ଦରଗଡ କୋରୋନା ଆକ୍ରାନ୍ତ ବ୍ୟକ୍ତି । ଖୁବ ଶିଘ୍ର ଡିସଚାର୍ଯ୍ୟ ହୋଇ ଘରକୁ ଫେରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଏହି କୋରୋନା ଆକ୍ରାନ୍ତକୁ ଲଗାଇ ସମୁଦାୟ ୧୯ଜଣ ଆକ୍ରାନ୍ତ ଭଲ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିଭଳି ଏବେବି ୪୦ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ଥିବା ଜଣାପଡିଛି । ଅନ୍ୟପଟେ ସାରା ଦେଶରେ କୋରୋନା ଭାଇରସ କାୟା ବିସ୍ତାର କରିଚାଲିଥିବା ବେଳେ ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି । କିନ୍ତୁ ଗତକାଲି ଅର୍ଥାତ ବୁଧବାର ଖୁସି ଖବର ସାମ୍ନାକୁ ଆସିଥିଲା । ଯାହାକି ରାଜ୍ୟବାସୀଙ୍କୁ ଆସ୍ୱସ୍ତି ଆଣିଦେଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାନୁଯାୟୀ, ବୁଧବାର ସାରା ରାଜ୍ୟରେ ୧୧୯୭ଟି ନମୁନା ଯାଞ୍ଚ କରଯାଇଥିଲା । ସେଥି ମଧ୍ୟରୁ ସବୁ ନମୁନା ନେଗେଟିଭ ଆସିଥିବା ଜଣାପଡିଛି । ତେବେ ଗତକାଲି ରାଜ୍ୟରେ ପ୍ରଥମ ଥର ଲାଗି ଅଧିକ ପରିମାଣରେ ନମୁନା ଯାଞ୍ଚ କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ ଆସିଥିଲା । ଏହା ସହ ସୁନ୍ଦରଗଡ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିବା ସହ ସେ ସୁସ୍ଥ ହୋଇଛନ୍ତି ଆଉ ଖୁବ ଶିଘ୍ର ଡିସଚାର୍ଯ୍ୟ ହୋଇ ଘରକୁ ଫେରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବା କଲ୍ୟାର ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟସ୍ପଟ ଜିଲ୍ଲାର ତାଲିକା ପ୍ରକାଶ ପାଇଛି । ଦେଶରେ ୧୭୦ଟି ଜିଲ୍ଲା ମଧ୍ୟରୁ କୋର୍ଦ୍ଧା ଜିଲ୍ଲା ରହିଛି । ଏହା ସହ କ୍ଲଷ୍ଟର ହଟସ୍ପଟ ଜିଲ୍ଲା ତାଲିକାରେ ଭଦ୍ରକ ଜିଲ୍ଲା ରହିଥିବା ବେଳେ ଅଣ କ୍ଲଷ୍ଟର ତାଲିକାରେ ଓଡିଶାରେ ୭ଟି ଜିଲ୍ଲା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି କଟକ, ଯାଜପୁର, କଳାହାଣ୍ଡି, ଢେଙ୍କାନାଳ, ପୁରୀ, ସୁନ୍ଦରଗଡ ଓ କେନ୍ଦ୍ରପଡା ।