ସୁରେଖା ମୃତ୍ୟୁ ମାମଲା: ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ତାରିଣୀ ବସ୍ତୀର ସୁରେଖା ପଲେଇ ହତ୍ୟା ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ରହିଛନ୍ତି ସୁରେଖାଙ୍କ ପ୍ରେମିକ ବିଶ୍ୱଜିତ ଓ ଦୁଇ ନାବାଳକ । ବୁଧବାର କମିଶନରେଟ ପୁଲିସ ଫରେନ୍ସିକ୍ ଟିମ ଓ ଏମ୍ସ ଡାକ୍ତରୀ ଦଳ ସହ ପୁଣି ଥରେ ତଦନ୍ତ କରି ଏହି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା । ସୁରଖା ଆତ୍ମହତ୍ୟା ମାମଲାରେ ପଚରା ଉଚରା ବେଳେ ୩ ଅଭିଯୁକ୍ତ କହିଛନ୍ତି ସୁରେଖାଙ୍କୁ ହତ୍ୟା କରାଯାଇନାହିଁ ସେ ଆତ୍ମହତ୍ୟା କରିଛନ୍ତି ।
ଗତ ୯ ତାରିଖରେ ସୁରେଖା ଓ ପ୍ରେମିକ ଓ ଦୁଇ ଯୁବକ ମିଶି ଭୋଜି କରିଥିଲେ । ପରଦିନ ସୁରେଖାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା କୁହାଯାଇଥିଲେ । ତେବେ ଏହି ଶ୍ୱାସରୁଦ୍ଧ ଫାଶୀ ଦେବାରୁ ନାଁ ଗଳାଚିପି ତାହା ସ୍ପଷ୍ଟ ହୋଇନଥିବା ବେଳେ ଗତକାଲି ଯାଞ୍ଚ ଓ ପଚରା ଉଚରା ପରେ ପୁଲିସ ଜାଣିବାକୁ ପାଇଥିଲା, ସୁରେଖାଙ୍କ ତାଙ୍କ ପ୍ରେମିକ ସହ ପାଟିତୁଣ୍ଡ ହୋଇଥିଲା । ଏହା ପରେ ସେ ଆତ୍ମହତ୍ୟ କରିଥିବା ଜାଣିବାକୁ ପାଇଥିଲା ।