କୋରାପୁଟ: ମାଟି ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମହିଳାମାନେ ଚୂନା ମାଟି ଏକ ସୁଡଙ୍ଗରୁ ଚୁନ ମାଟି ଖୋଳୁଥିଲେ । ଏହି ସମୟରେ ମାଟି ଅତଡା ସେମାନଙ୍କ ଉପରେ ଖସିଥିଲା ।
କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧୀନ ରାଲେଗଡ ପଞ୍ଚାୟତର ମିରିଆଲିପାଡୁ ଗାଁର ୧୧ ଜଣ ମହିଳା ପୋଡାଗୁଡା ପାହାଡକୁ ଚୂନ ମାଟି ଆଣିବାକୁ ଯାଇଥିଲେ । ସେମାନେ ସୁଡଙ୍ଗରେ ପଶି ମାଟି ସଂଗ୍ରହ କରୁଥିଲେ । ଏହିସମୟରେ ହଠାତ ଅସରାଏ ବର୍ଷା ହୋଇଥିଲା । ଫଳରେ ପାହାଡ ଉପରୁ ମାଟି ଅତଡା ଖସି ପଡିଥିଲା । ଏହି ମାଟି ଅତଡା ଭିତରେ ୪ ଜଣ ଚାପିହୋଇଯାଇଥିଲେ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ଗୋଷ୍ଠୀ ସ୍ୱ।।ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।