ସୁଇଟ କଲେଜରେ ଯୌନ ନିର୍ଯାତନା

(ସମ୍ବଲପୁର) ; ସବୁଦିନ ଖବର କାଗଜ ଖୋଲିଲେ ଯୌନ ନିର୍ଯାତନା ବା ଦୁଷ୍କର୍ମ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି । ତେବ ଏସବୁ ଦେଖି ମନରେ ପ୍ରଶ୍ନ ଆସେ ତେବେ କେଉଁଠି ସୁରକ୍ଷିତ ନାରୀ ? ସବୁଠାରୁ ପବିତ୍ର ସ୍ଥାନ ହେଉଛି ଶିକ୍ଷାନୁଷ୍ଠାନ । ଯେଉଁଠାରେ ପାଠକ ଟିଏ ଜ୍ଞାନ ଅର୍ଜନ କରିବା ସହ ମାନବିକତା ମଧ୍ୟ ବିକାଶ ହୁଏ । ଯଦି ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ଜାଗାରେ କରାଯାଏ ଜୌନ ନିର୍ଯାତନା ତେବେ ଏହାଠାରୁ ନିନ୍ଦନିୟ ଆଉ କିଛୀ ନୁହେଁ । ସେମିତି କିଛି ନିନ୍ଦନିୟ ଘଟଣା ଘଟିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ (ସୁଇଟ)ରେ । ସେହି ଅନୁଷ୍ଠାନର ଛାତ୍ରୀଙ୍କ ସହ ହୋଇଛି ଯୌନ ନିର୍ଯାତନା । ସେ ପୁଣି ଉକ୍ତ କଲେଜର ଜଣେ ଆସୋସିଏଟ୍ ପ୍ରଫେସର ଘାହା ଏକ ଲଜ୍ଜଜାଜନକ ଘଟଣା । ସୁଇଟର ଜଣେ ଚତୁର୍ଥ ବର୍ଷ ପାସଆଉଟ ଛାତ୍ରୀଙ୍କର ୪ଟି ପେପରରେ ବ୍ୟାକ ରହିଥିଲା । ବ୍ୟାକ୍ କ୍ଲିୟର୍ ହେଉନଥିବାରୁ ସମ୍ପୃକ୍ତା ଛାତ୍ରୀ ଚାକିରି ପାଇଁ ଆବେଦନ କରିପାରୁନଥିଲେ । ତେଣୁ କିଛି ଦିନ ତଳେ ସେ କଲେଜକୁ ଆସି ତାଙ୍କ ବିଭାଗୀୟ ମୁଖ୍ୟଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିବା ସହ କିଭଳି ଭାବେ ବ୍ୟାକ ପେପର୍ ଗୁଡ଼ିକ କ୍ଲିୟର ହେବ ସେନେଇ ଉପଦେଶ ମାଗିଥିଲେ । କିନ୍ତୁ ଅସହାୟତାର ଫାଇଦା ଉଠାଇ ଉକ୍ତ ବିଭାଗୀୟ ମୁଖ୍ୟ ତଥା ଆସୋସିଏଟ ପ୍ରଫେସର ଜଣକ ତାଙ୍କୁ ଅସଦାଚରଣ କରିଥିଲେ । କେବଳ ଯେ ଅସଦାଚରଣ ନୁହେଁ ବରଂ ତାଙ୍କୁ ଯୌନ ନିର୍ୟାତନା ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ବିଭାଗୀୟ ମୁଖ୍ୟଙ୍କ ଚାମ୍ବରରୁ ବାହାରକୁ ବାହାରିଥିଲେ । ଏହି ସମୟରେ କଲେଜରେ ଥିବା ଜଣେ ମହିଳା ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ପଚାରିଥିଲେ । ସମସ୍ତ ଘଟଣା ଜାଣିବା ପରେ ସେ ଛାତ୍ରୀଙ୍କୁ ନେଇ ନିଜେ ନିର୍ଦ୍ଦେଶକଙ୍କ ପାଖକୁ ଯାଇ ଅଭିଯୋଗ ବି କରିଥିଲେ । ବିଭାଗୀୟ ମୁଖ୍ୟଙ୍କ ଏଭଳି ଆଚରଣରେ ଅତିଷ୍ଟ ଛାତ୍ରୀଙ୍କ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ । ଫଳରେ ଛାତ୍ରୀଙ୍କ ପରିବାର ଲୋକେ ବି କଲେଜରେ ପହଞ୍ଚି ଘଟଣାର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । କଲେଜ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ୟାତନା ଦେଇଥିବା ଏଭଳି ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । କଲେଜ କର୍ତ୍ତୃପକ୍ଷ କାର୍ୟ୍ୟାନୁଷ୍ଠାନ ନନେଲେ ସେମାନେ ବାଧ୍ୟହୋଇ ଆଇନର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ୨-୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପରେ ଯାଇ ଯାହା କାର୍ୟ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ନିର୍ଦ୍ଦେଶକ ପ୍ରଫେସର ମହାନ୍ତି ଉତ୍ତର ରଖିଛନ୍ତି ।
ଏହି ବିଶ୍ୱବିଦ୍ୟାଳୟରେ ଏ ଘଟଣା କିଛି ନୁଆ ନୁହେଁ , ଏହାର ପୁରୁଣା ଫର୍ଦ୍ଦକୁ ଯଦି ଓଲଟାଇବେ ତେବେ ଆପଣକୁ ମନେ ହେବ ଏହି ସବୁ କାର୍ଯ୍ୟ ଏହି ଶିକ୍ଷାନୁଷ୍ଠାନ ପଇଁ ଏକ ପରମ୍ପରା ।