‘ସିଲସିଲା ବଦଲତେ ରିସ୍ତୋଁକା ’ରେ ନଜର ଆସିବେନି କୁନାଲ

( ରିପୋର୍ଟସଟୁଡେ): କର୍ଲସରେ ପ୍ରସାରିତ ବିବାଦୀୟ ଧାରାବାହିକ ‘ସିଲସିଲା ବଦଲତେ ରିସ୍ତୋଁକା ’ ଶିରିଏଲରେ ନଜର ଆସିବେନି କୁନାଲ । ସିରିଏଲର ମୁଖ୍ୟ ଭୂମିକାରେ ଅଭିନୟ କୁନାଲ ଶୋ’ ଛାଡିଦେଇଛନ୍ତି । କୁନାଲ ନିଜ ଟିଟ୍ୱର ଆକାଉଣ୍ଟରେ ଶୋ ଛାଡିଦେବା କଥା ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ ‘ବିଦାୟ ସବୁବେଳେ କଷ୍ଟଦାୟକ। ହେଲେ ମୁଁ ‘ସିଲ୍‌ସିଲା’ ଶୋ’ରୁ ଅନେକ ଗୁଡ଼ିଏ ସ୍ମୃତିକୁ ସାଥିରେ ନେଇଯାଉଛି।’

ବର୍ତ୍ତମାନ ଏହି ସିରିୟଲରେ ଶକ୍ତି ଅରୋରା, ଆଦିତୀ ଶର୍ମା ଓ କିଂଶୁକ୍‌ ମହାଜନ ମୁଖ୍ୟ ଭୂମିକାରେ ଅଛନ୍ତି। ଏବେ କାହାଣୀରେ କୁନାଲ-ମୌଲି ଓ ଇଶାନ୍‌ ଭିତରେ ଜବରଦସ୍ତ ଟ୍ରାକ୍‌ ଦେଖିବାକୁ ମିଳୁଛି। ‘ସିଲସିଲା ବଦଲ୍‌ତେ ରିସ୍ତୋଁକା’ ସରିଏଲର ଦ୍ୱିତୀୟ ସଂସ୍କରଣର କାହାଣୀ ନନ୍ଦିନୀ ଓ ମୌଲିଙ୍କ ଝିଅ(ମିଷ୍ଠି ଓ ପରି)ଙ୍କୁ ନେଇ ଚାଲିବ। କେବଳ ଏହି ଦୁଇଜଣଙ୍କ ଉପରେ ହିଁ ଫୋକସ୍‌ ରହିବ। ସେପଟେ ଦ୍ୱିତୀୟ ସିଜିନ୍‌ରେ କୁନାଲ ଓ ମୌଲି ଅର୍ଥାତ ଶକ୍ତି ଅରୋରା ଓ ଆଦିତୀ ଶର୍ମା ନଜର ଆସିବେ ନାହିଁ।
ପୂର୍ବରୁ ଶୋ’ର କାହାଣୀକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଧାରାବାହିକର କାହାଣୀ ପରକୀୟା ପ୍ରୀତି ଉପରେ କେନ୍ଦ୍ରିଭୂତ ଥିଲା। ବିବାଦ ବଢ଼ିବାରୁ ପ୍ରଥମେ ସିରିଏଲ୍‌ରୁ ନନ୍ଦିନୀ ଭୂମିକାରେ ଅଭିନୟ କରିଥିବା ଦୃଶ୍ଟି ଧାମୀ ଶୋ’ ଛାଡ଼ିଦେଇଥିଲେ।