ସିବିଏସଇ ଦ୍ୱାଦଶ ମାର୍କଶିଟ ଦାଖଲ ଅବଧି ବଢିଲା

ନୂଆଦିଲ୍ଲୀ: ବାତିଲ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହ ମାର୍କଶିଟ୍ ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି। ସିବିଏସ୍ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ସବୁ ସ୍କୁଲର ପ୍ରାକ୍ଟିକାଲ/ଇଣ୍ଟରନନାଲ ଆସେସମେଣ୍ଟ ପେଣ୍ଡିଂ ହୋଇ ରହିଛି, ସେମାନେ ଏବେ ଅନଲାଇନରେ ଏହାର ତଦାରଖ କରି ୨୮.୬.୨୦୨୧ ସୁଦ୍ଧା ରିପୋର୍ଟ ଦାଖଲ କରିବେ। ପୂର୍ବରୁ ଏହା ୧୧.୦୬.୨୦୨୧ ଥିଲା।
ଯଦି ଏକ୍ସଟରନାଲ ଅନୁପସ୍ଥିତ ଥିବେ, ତା’ହେଲେ ଇଣ୍ଟରନାଲ ଶିକ୍ଷକ ସିବିଏସ୍ଇ ଦେଇଥିବା ଲିଙ୍କରେ ମାର୍କ ଅପଲୋଡ କରିବେ। ସମସ୍ତ ବିଷୟର ତାଲିକା ଓ ବ୍ରେକ ଅପ ମାର୍କ(ଥିଓରୀ ଓ ପ୍ରାଟିକାଲ), ପରୀକ୍ଷାର ସମୟ, ସିବିଏସ୍ଇ ଦ୍ୱାରା ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତ ହେବା ଦରକାର କି ନାହିଁ, ତା’ର ବିସ୍ତୃତ ତଥ୍ୟ ୱେବସାଇଟରେ ଅପଲୋଡ କରିବେ।
ଯଦି ସିବିଏସ୍ଇ ଦ୍ୱାରା ଏକ୍ସଟରନାଲ ଶିକ୍ଷକ ନିଯୁକ୍ତ ହୋଇଥିବେ, ତା’ହେଲେ ସେ ଇଣ୍ଟରନାଲ ଶିକ୍ଷକଙ୍କ ସହ ବିଚାର କରି ପରୀକ୍ଷା ତାରିଖଗୁଡ଼ିକ ନିର୍ଦ୍ଧାରଣ କରିବେ। ପରୀକ୍ଷା ତାରିଖରେ କୌଣସି ବୃଦ୍ଧି ଘଟିବ ନାହିଁ। ସମସ୍ତେ ବୋର୍ଡ ପକ୍ଷରୁ କରୋନା ସଂକ୍ରମଣ ରୋକିବାକୁ ଜାରି ଗାଇଡଲାଇନକୁ ପାଳନ କରିବେ।