ସିବିଆଇ ନିକଟରେ ହାଜର ହେଲେ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୁଧବାର ସିବିଆଇ ନିକଟରେ ଉପସ୍ଥିତ ହୋଇଛନ୍ତି । ମୁମ୍ବାଇ ଡିଆରଡିଓ ଗେଷ୍ଟହାଉସରେ ତାଙ୍କ ଜେରା ହୋଇଛି । ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଆଧାରରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୁଲିସର ଜଣେ ଅଧିକାରୀ ସଚିନ ୱାଜେଙ୍କୁ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ନେଇ ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହା ପରେ ସେ ପ୍ରଥମେ ସୁପ୍ରିମକୋର୍ଟ ଓ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ଦେଶମୁଖ ଗତ ୫ ତାରିଖରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।