ଭୁବନେଶ୍ୱର: ଦଳକୁଆହୁରି ମଜବୁତ୍ କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ପଦବୀ ପାଇଁ ନେତାଙ୍କୁ ନିଯୁକ୍ତ କରିଛନ୍ତି । ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁଙ୍କୁ ଦାୟିତ୍ୱ ମିଳିଥିବା ବେଳେ ନବରଙ୍ଗପୁର ବିଧାୟକ ପ୍ରଦୀପ ମାଝି ଏବଂ ସୁନ୍ଦରଗଡ ବିଧାୟକ ପ୍ରଫୁଲ୍ଲ ମାଝିଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।
ଅନ୍ୟପଟେ ସାଧାରଣ ସମ୍ପାଦକ ଭାବେ ଅଭିନେତା ଅରିନ୍ଦମ ରାୟଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଧନୁର୍ଜୟ ସିଡୁଙ୍କ ସମେତ, ଚନ୍ଦ୍ରଶେଖର ମାଝି, କୋରାପୁଟର ବିଜେଡି ନେତା କୈଳାଶ ଚନ୍ଦ୍ର କୁଲେସିକାଙ୍କୁ ମଧ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି ।
ଦଳର ସମ୍ପାଦକ ଭାବେ ଯାଜପୁରର ବିଜେଡି ନେତା ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁରର ରମେଶ ଚନ୍ଦ୍ର ପାରିଡ଼ା, ଖୋର୍ଦ୍ଧାର ନେତା ପ୍ରଦିପ ସାହୁ, ମୟୁରଭଞ୍ଜର ଦିଲୀପ କୁମାର ସାହୁ, ମୟୂରଭଞ୍ଜର ସୁନୀଲ କୁମାର ଦାସ, ମୟୂରଭଞ୍ଜର ମହେଶ ହେମ୍ବ୍ରମ, ପୁରୀର ପ୍ରିୟବ୍ରତ ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଆଦେଶ ତୁରନ୍ତ ପ୍ରଭାବ ସହିତ କାର୍ୟ୍ୟକାରୀ ହେବା ନେଇ ଦଳ ପକ୍ଷରୁ ପ୍ରକାଶ ବଜ୍ଞପ୍ତିରେ ଉଲ୍ଲଖ ରହିଛି । ଦଳର ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶ ଅନୁଯାୟୀ ବିଜୁ ଜନତା ଦଳ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଛି ।