ସର୍ବ ଭାରତୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ସର୍ବ ଭାରତୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତାର କଳିଙ୍ଗ ଷ୍ଟାଡିଅମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରତିଯୋଗିତା ମାର୍ଚ୍ଚ ୩ରୁ ୭ ଯାଏଁ ଚାଲିବ । ଏହି କ୍ରୀଡା ପ୍ରତିଯୋଗିତା କୀଟ କ୍ୟାମ୍ପସ ଓ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩୭ ଟିମର ଖେଳାଳି ମାନେ ଅଂଶଗ୍ରହଣ କରିଛନ୍ତି । ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ,କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା,ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଦୁତି ଚାନ୍ଦ, ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।