(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା ଅଙ୍ଗନାବାଡ଼ି ସୁପର ଭାଇଜର ତଥା ପରିଦର୍ଶିକା ଭାବେ କାର୍ୟ୍ୟ କରୁଥିବା କର୍ମଚାରୀ ମାନେ ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ଆଗରେ ପ୍ରତିବାଦ ସଭା କରିଛନ୍ତି। ସରକାର ଠିକା କର୍ମଚାରୀ ଙ୍କୁ ନିୟମିତ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରିବା ପରିପ୍ରେକ୍ଷୀରେ ପ୍ରତିବାଦ କରିଛି ପୁରୀ ଜିଲ୍ଲା ଅଙ୍ଗନ ବାଡ଼ି ପରିଦର୍ଶିକା ସଙ୍ଘ । ସଂଘ ଅଭିଯୋଗ କରିଛି ଯେ ଗତ ୨୦୦୮ ମସିହାରେ ସରକାର ରାଜ୍ୟ ର ୫୫୭ ଜଣ ଗ୍ରାଜୁଏଟ ଅଙ୍ଗନା ବାଡ଼ି କର୍ମଚାରୀ ଙ୍କୁ ପ୍ରମୋସନ ଦେଇ ପରିଦର୍ଶିକା ଭାବେ ନିଯୁକ୍ତି ଦେଇଥିଲେ। ଯେଉଁ ଅଙ୍ଗନବାଡ଼ି କର୍ମଚାରୀ ଗ୍ରାଜୁଏଟ ହୋଇ ଥିବେ ଓ ୫ ବର୍ଷ କାର୍ୟ୍ୟ କରିଥିବେ ସେମାନଙ୍କୁ ପ୍ରମୋସନ କରାଯାଇ ପରିଦର୍ଶିକା ଭାବେ ନିଯୁକ୍ତି କରିଥିଲେ। ସେହିପରି ଯେଉଁ ଅଙ୍ଗନା ବାଡ଼ି କର୍ମଚାରୀ ମାଟ୍ରିକ ପାସ କରି ୧୦ ବର୍ଷ କାମ କରିଥିବେ ସେମାନେ ମଧ୍ୟ ପ୍ରମୋସନ ପାଇ ପରିଦର୍ଶିକା ଭାବେ ନିଯୁକ୍ତି ପାଇବେ। ହେଲେ ଦୁର୍ଭାଗ୍ୟ ର ବିଷୟ ମାଟ୍ରିକ ପାସ କରିଥିବା ପରିଦର୍ଶିକା ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମଚାରୀ ମାନେ ସରକାର ଙ୍କ ନିୟମିତ କର୍ମଚାରୀ ଭଳି ସୁବିଧା ସୁଯୋଗ ପାଉଥିବା ବେଳେ ଗ୍ରାଜୁଏଟ କରି ପରିଦର୍ଶିକା ନିଯୁକ୍ତି ପାଇ ଥିବା କର୍ମଚାରୀ ଙ୍କୁ କୌଣସି ସୁବିଧା ପ୍ରଦାନ କରାଯାଉ ନାହିଁ। ଏହି ପାତର ଅନ୍ତର ନୀତି କୁ ପୁରୀ ଜିଲ୍ଲା ଅଙ୍ଗନବାଡ଼ି ପରିଦର୍ଶିକା ସଙ୍ଘ ବିରୋଧ କରିବା ସହ ସରକାର ଚାକିରୀ ରେ ନିୟମିତ କରିବାକୁ ନେଇ ଜିଲାପାଳ ଙ୍କୁ ଦାବି ପତ୍ର ଦେଇଛନ୍ତି। ଦାବି ସରକାର ପୂରଣ ନ କଲେ ଆଗାମୀ ଦିନରେ ସଙ୍ଘ ବାଧ୍ୟ ହୋଇ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି।