ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ ବା ବୁଷ୍ଟର ଡୋଜ

(କୟନ୍ତ କୁମାର ସେଠୀ / ଗୋପ) : ସମ୍ମୁଖ ଯୋଦ୍ଧାଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ପାଇଁ ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ପ୍ରତିଷେଧମୂଳକ ଟୀକାକରଣ ବା ବୁଷ୍ଟର ଡୋଜ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ୫ଟି କେନ୍ଦ୍ରରେ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସଦଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଫ୍ରଣ୍ଟ ଲାଇନ ୱାର୍କରଙ୍କ ପାଇଁ ପ୍ରତିଷେଧମୂଳକ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି।ଜିଲ୍ଲାରେ କାର୍ୟ୍ୟ କରୁଥିବା ୪ହଜାରରୁ ଅଧିକ ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ଏହି ପ୍ରତିଷେଧମୂଳକ ଟୀକାକରଣ ଦିଆଯିବ। ଗହଳି ଏଡ଼ାଇବା ପାଇଁ ଅଧିକ କେନ୍ଦ୍ର କରାଯିବ ସହ ପ୍ରତି କେନ୍ଦ୍ରରେ ପ୍ରତ୍ୟହ ୪୦୦ ଜଣଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିସହ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏକାଧିକ ଟୀକାକରଣ କେନ୍ଦ୍ର କରାଯାଇଛି। ରାଜ୍ୟ ତଥା ଜିଲ୍ଲାରେ କୋଭିଡ ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଫ୍ରଣ୍ଟ ଲାଇନ ୱାର୍କରଙ୍କ ପାଇଁ ପ୍ରତିଷେଧମୂଳକ ଟୀକାକରଣ କାର୍ୟ୍ୟକ୍ରମକୁ ପ୍ରଶଂସା କରାଯାଇଛି।