ସମ୍ଭାଵ୍ୟ ବାତ୍ୟାର ମୁକାବିଲା ପାଇଁ ବେଗୁନିଆପଡା ବ୍ଲକରେ ପ୍ରସ୍ତୁତି ବୈଠକ

(ଗଞ୍ଜାମ / ହରପ୍ରସାଦ ବିଷୋଇ) : ଅବପାତରେ ପରିଣତ ହେବା ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ଲଘୁଚାପ ଜଓ୍ବାଦ ନାଁରେ ମାଡ଼ି ଆସିବ ସ୍ଥଳପଥକୁ । ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ ପାଖା ପାଖି ୧୧୦ କିମି ରହିପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏଥିସହ ଗଞ୍ଜାମ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟା ଯୱାଦର ମୁକାବିଲା ପାଇଁ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ସାମ୍ଭାବ୍ୟ ବାତ୍ୟାକୁ ନଜର ରଖି ଚାଷୀମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ବିଲରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।କଟା ଯାଇଥିବା ଫସଲକୁ ବିଭିନ୍ନ ସରକାରୀ କୋଠାରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଥିବା ସହ ବିଲରେ ଥିବା ଫସଲର ସୁରକ୍ଷିତ ପାଇଁ ଚାଷୀଙ୍କୁ ପଲିଥିନ ଦେବାର ବ୍ୟବସ୍ଥା କରାଯାଉଛି । ବେଗୁନିଆପଡା ବ୍ଲକର ଫାସୀ, ଅଙ୍ଗାର ଗାଁ ଭଳି ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ବ୍ଲକ ପ୍ରଶାସନ ତରଫରୁ ପ୍ରଚାର ଗାଡି ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଛି । ଏଥିସହ ଖଇର ନାଳର ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରିଙ୍କୁ ନିର୍ଦ୍ଧେସ ଦିଆଯାଇଛି । ସରପଞ୍ଚ ମାନେ ସେମାନଙ୍କ ପଞ୍ଚାୟତର ବାତ୍ୟା ଆଶ୍ରୟ ସ୍ଥଳୀରେ ତଳିଆ ଅଞ୍ଚଳ ଲୋକ ବା କଚା ଘରରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀନି । ଏହି ବୈଠକରେ ତହସିଲଦାର,କୃଷି ଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରି ଉପସ୍ଥିତ ଥିଲେ ।