ଯାଜପୁର/ ଦୀପକ କୁମାର: ଚଳିତ ଥର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଯାଜପୁରର ଯୁବ ସମାଜସେବୀ ରଶ୍ମି ରଞ୍ଜନ ଜେନା ଓରଫ ମିଟିକା ଭାଇ । ରାଜ୍ୟରେ ବଢିଚାଲିଥିବା ଅନ୍ୟାୟ, ଅତ୍ୟାଚାରରେ ଅତିଷ୍ଠ ନିଜ ପଞ୍ଚାତବାସୀଙ୍କୁ ମୁକ୍ତ କରିବାକୁ ରଶ୍ମି ଆଗେଇ ଆସିଛନ୍ତି । ସେ ପ୍ରଦୀବ ବଳ ସାମନ୍ତଙ୍କ ନେତୃତ୍ୱରେ ବିଜେପି ତରଫରୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ସେ କହିଛନ୍ତି ମୋର ସ୍ୱାଭିମାନ ମୋ ପଙ୍କପାଳ ପଞ୍ଚାୟତ । ୨୫ବର୍ଷ ଧରି ଏଠି ଚାଲିଥିବା ଏକଛତ୍ରବାଦୀ ଶାସନକୁ ହଟାଇ ପଙ୍କପାଳ ପଞ୍ଚାୟତର ଗ୍ରାମବାସୀଙ୍କ ମୁହଁରେ ଟିକେ ହସଫୁଟାଇବାକୁ ମଇଦାନ ଥିବା କହିବା ସହ ସମସ୍ତ ଗୁରୁଜନଙ୍କୁ ସେ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ ଘର ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିବା ସହ ଲୋକଙ୍କୁ କୋଭିଡ ନିୟମରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।