ସମସ୍ତଙ୍କ ପାଇଁ ପ୍ରେରଣା ସୈାଭାଗିନୀ

(ଜୟନ୍ତ କୁମାର ସେଠୀ)ଗୋପ: କଥାରେ ଅଛି ଇଚ୍ଚା ଶକ୍ତି ଅ।ଗରେ ସବୁକିଛି ହାର ମାନିଯାଏ, ଯାହା ପ୍ରମାଣ କରି ଦେଖାଇଛନ୍ତି ନିମାପଡା ଏନଏଏସି ୧୧ ନଂ ଓ୍ଵାର୍ଡରେ ବସବାସ କରୁଥିବା ଅବସରପ୍ରାପ୍ତ ସିଡିପିଓ ସୈାଭାଗିନୀ ମିଶ୍ର । ଯାହା କି ନାରୀ ମାନଙ୍କ ପାଇଁ ଅ।ଦର୍ଶ ପାଲଟିଛନ୍ତି।ବୟସ ୭୦ ଛୁଇଁଲାଣି, ଦୁର୍ଵଳ ବୟସ ସଳଖି ଛିଡା ହେବା ପାଇଁ ଅନୁମତି ଦେଉନାହିଁ, ତଥାପି ପରିଣତି ବୟସ ରେ ସବୁଜ ବିପ୍ଲବର ସ୍ଵପ୍ନକୁ ସାକାର କରି ପାରିଛନ୍ତି। ଜୈବିକ ସାର ପ୍ରୟୋଗ କରି ନିଜ ବଗିଚା ରେ ବିଭିନ୍ନ କିସମର ଫୁଲ, ଫଳ,ସହିତ ପନିପରିବା ଚାଷ କରି ବେଶ୍ ଅଂଚଳରେ ଲୋକ ପ୍ରିୟତା ଅର୍ଜନ କରିଛନ୍ତି। ଯାହା ଏହି ସବୁଜବନାନୀ କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ବଗିଚା ରେ ନଡିଅ। ଗଛ ଠାରୁ ଅ।ରମ୍ଭ କରି ଗୁଅ।,ଅ।ମ୍ଵ, ପିଜୁଳି, ଲିଚୁ କୋଳି, ସେପେଟା, ଡାଳିମ୍ଵ ଗଛ ରହିଥିବା ବେଳେ ବିଭିନ୍ନ ପନି ପରିବା ଚାଷ ମଧ୍ୟ କରିଥାନ୍ତି ସୈାଭାଗିନୀ । କିନ୍ତୁ ଏଥିପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ କରି ଚାଷ କରିଥାନ୍ତି। ଅବସର ପରେ ପାଉଥିବା ପେନସନ ରୁ ମିଳୁଥିବା ଅର୍ଥ ବ୍ୟୟ କରି ନିଜ ବଗିଚା ରେ ସବୁଜ ବିପ୍ଲବ ସୃଷ୍ଟି କରିଥିବା ଏହି ମହିଳା ଏହି ଚାଷ କରିବା ପାଇଁ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେବାରେ ସହାୟକ ହୋଇ ପାରିଛନ୍ତି। ସେପଟେ ସୈାଭାଗିନୀଙ୍କର ଏଭଳି କାର୍ୟ୍ୟ କୁ ପରିବାର ପକ୍ଷରୁ ସମର୍ଥନ ରହିଥିବା ବେଳେ ଏଭଳି କାର୍ୟ୍ୟ କରିବା ଦ୍ଵାରା ଅ।ତ୍ମ ସନ୍ତୋଷ ମିଳିଥିବାର ଶୈାଭାଗିନୀ ଓ ପରିବାର ଲୋକେ କୁହନ୍ତି ।
ସେପଟେ ସୈାଭାଗିନୀଙ୍କର ଏଭଳି ପ୍ରୟାସ କୁ ଅଂଚଳବାସୀ ଭୁରିଭୁରି ପ୍ରଶଂସା କରିଥିବା ବେଳେ ସେ ଜଣେ ଉଚ୍ଚ ଶିକ୍ଷତା ହୋଇ ମଧ୍ୟ ଏଭଳି କାର୍ୟ୍ୟ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି, କେବଳ ସବୁଜ ବିପ୍ଲବ ପାଇଁ ସୈାଭାଗିନୀ ଲୋକ ପ୍ରିୟତା ଅର୍ଜନ କରିଛନ୍ତି ତାହା ନୁହେଁ ଲେଖିବାରେ ତାଙ୍କର ରୁଚି ରହିଛି । ବିଶେଷକରି କୁସୁମୀର ଘର,ବାଟେ ଘାଟେ, ବ୍ୟକ୍ତ ଅବ୍ୟକ୍ତ , ଢଗ ଢମାଳି, ଭଳି ୭ ଗୋଟି ବହି ମଧ୍ୟ ପ୍ରକାଶ ପାଇଛି ସୈାଭାଗିନୀଙ୍କର। ଏଭଳି କାର୍ୟ୍ୟକରି ସେ ବେଶ୍ ଅ।ନନ୍ଦିତ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।