ସଫଳ ପରୀକ୍ଷଣ ହେଲା ବ୍ରହ୍ମୋସ

ବିଶାଖାପାଟନମ: ମଙ୍ଗଳବାର ଭାରତର ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ନୌବାହିନୀର ବିଧ୍ୱଂସୀ ଜାହାଜ ଆଇଏନଏସ ବିଶାଖାପଟନମରୁ ସଫଳ ପରୀକ୍ଷଣ କରିଛି । ଦେଶର ପଶ୍ଚିମ ଉପକୂଳରେ ଏହି ପରୀକ୍ଷା କରାଯାଇଥିଲା । ଜଳସ୍ତରରେ ଲକ୍ଷ୍ୟସ୍ଥଳକୁ ଭେଦ କରିପାରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଂସ୍କରଣକୁ ସର୍ବାଧିକ ଦୂରତା ପର୍ୟ୍ୟନ୍ତ ପରୀକ୍ଷା କରାଯାଇଥିଲା । ତାହା ସଫଳତାର ଲକ୍ଷ୍ୟଭେଦ କରିଥିଲା । ୨୦୨୦ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଜାହାଜ ବିଧ୍ୱଂସୀ ସଂସ୍କରଣକୁ ସେବାନିବୃତ୍ତ ଏକ ଭାରତୀୟ ନୌସେନା ଜାହାଜକୁ ଲକ୍ଷ୍ୟକରି ପରୀକ୍ଷା କରାଯାଇଥିଲା । ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ରୁଷ ପକ୍ଷରୁ ମିଳିତ ଭାବରେ ବ୍ରହ୍ମୋସ ନାମରେ ବିକଶିତ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଆଧୁନିକ ରଣକ୍ଷେତ୍ରରେ ଏକ ଘାତକ ସାବ୍ୟସ୍ତ ହୋଇଛି ।