ଶ୍ରୀମନ୍ଦିରରେ ଜାରି ହେଲା ନୂଆ ଏସଓପି

(ଜୟନ୍ତ କୁମାର ସେଠୀ / ଗୋପ) ; ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି । ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ ରେ ଅନୁମୋଦିତ ଏସଓପି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା । ପବିତ୍ର ଦଶହରା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଶନିବାର ଗୋଷାଣି ଭସାଣି ଯାତ୍ରା ପାଇଁ ଦିନ ୧୨ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର । ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ତେବେ ଅନ୍ୟଦିନ ମାନଙ୍କରେ ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଶ୍ରୀମନ୍ଦିର ରେ ପ୍ରବେଶ ନେଇ ପୂର୍ଵ ଭଳି ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ କିମ୍ବା ଡବଲ ଡୋଜ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ । କୋଭିଡ୍ ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ବଳବତ୍ତର ରହିବ । ଭକ୍ତ ମାନେ ଫୁଲ, ଭୋଗ ଓ ଦୀପ ଶ୍ରୀମନ୍ଦିରକୁ ନେଇ ପାରିବେ। ସେହିପରି ଆନନ୍ଦ ବଜାର ରେ ମହାପ୍ରସାଦ ସେବନ ମଧ୍ୟ କରି ପାରିବେ। ତେବେ ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି। ନୀୟମ ଉଲଘଂନ କଲେ ୧୦୦ ଟଙ୍କା ଫାଇନ ଲାଗିବ। ସେହିପରି ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍ଖା ଖାଇବା ଉପରେ କଟକଣା ଦଲବତ୍ତର ରହିଛି। ଏହି ନୀୟମ ଉଲଘଂନ କଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି ।