ଶ୍ରୀମନ୍ଦିରର ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କଲେ ନବୀନ

(ଜୟନ୍ତ କୁମାର ସେଠୀ / ପୁରୀ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ମନ୍ଦିର ଖୋଲିବା ପାଇଁ ଦାବି ହେଉଛି । ଏହାରି ମଧ୍ୟରେ ଆଜି ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରର ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ନବୀନ । କରୁଛନ୍ତି ନବୀନ । ବଡଦାଣ୍ଡର ଚାରିପାଖରେ ସୌନ୍ଦର୍ୟ୍ୟକରଣର ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଉନ୍ନୟନ କମିସନର, ୫-ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଉପସ୍ଥିତ ରହିଛନ୍ତି ।ତେବେ ପୁରୀକୁ ଐତିହ୍ୟ ସହର ଭାବେ ଗଢିତୋଳିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।