ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ଵାଦଶ ବାର୍ଷିକ ଅଧିବେଶନ

(ଜୟନ୍ତ କୁମାର ସେଠୀ / ଗୋପ) : ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦ୍ଵାଦଶ ବାର୍ଷିକ ଅଧିବେଶନ ଓ ସମ୍ମାନ ସମାରୋହ କାର୍ୟ୍ୟକ୍ରମ ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସମ୍ମାନିତ ହେଉଛନ୍ତି ସୋଆ ବିଶ୍ଵବିଦ୍ୟାଳୟର କୁଳପତି ଓଡ଼ିଶାର ବିଶିଷ୍ଟ ଡାକ୍ତର ଅଶୋକ କୁମାର ମହାପାତ୍ର ତାଙ୍କୁ ପ୍ରତିଭା ସମ୍ମାନରେ ବିଭୂଷିତ କରାଯାଇଛି ।ଜଗନ୍ନାଥ ମନ୍ଦିର ର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ତାଙ୍କୁ ପ୍ରଚାରକ ସମ୍ମାନରେ ବିଭୂଷିତ କରାଯାଇଛି ।ଜଗନ୍ନାଥ ମନ୍ଦିରର ମହା ସଚିବ ରବୀନ୍ଦ୍ରନାଥ ପ୍ରତିହାରୀ ଙ୍କୁ ମରଣାତ୍ତର ଗବେଷକ ସମ୍ମାନ,ଉତ୍କଳବିଶ୍ଵି ବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଗୋପାଲ କୃଷ୍ଣ ଦାସ ଙ୍କୁ ଗବେଷକ ସମ୍ମାନ ରେ ବିଭୂଷିତ କରାଯାଇଛି ।ଉକ୍ତ କାର୍ୟ୍ୟକ୍ରମରେ ଗଜପତି ମହାରାଜ ଭର୍ଚୁଆଲ ମାଧ୍ୟମରେ ଆସିର୍ବଚନ ପ୍ରଦାନ କରିଥିଲେ ।୧୦ ଜଣ ସେବକଙ୍କୁ ପ୍ରତିଷ୍ଠାନ ପକ୍ଷରୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବାସହ ,କାର୍ୟ୍ୟକ୍ରମରେ ୩ ଟି ବହି ଉନ୍ମୋଚନ କରାଯାଇଥିଲା ଏବଂ ଶେଷରେ ଜଗନ୍ନାଥ୍ ଚେତନା ଗବେଷଣା ପ୍ରତିଷ୍ଠାନର ୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।