ଶୀତ ଦିନେ ପିଅନ୍ତୁ କଦଳୀ ଚା

(ଅନୁସ୍ୱୟା)ଆଜିର ଯୁଗରେ ସମସ୍ତ ଲୋକଙ୍କର ଚା ପିଇବାର ଅଭ୍ୟାସ ରହିଛି । କିଛି ଲୋକ କ୍ଷୀର ଚା ପିଇବାକୁ ପସନ୍ଦ କରନ୍ତି ତ କିଛି ଲୋକ, ଅଳେଇଚ ଚା, ନାଲି ଚା, ଗ୍ରୀନ ଟି, ଅଦା ଚା ପିଇବାକୁ ପସନ୍ଦ କରନ୍ତି।ତେବେ ଆଜି ଆପଣଙ୍କୁ ଏକ ଭିନ୍ନ ଚା ବିଷୟରେ କହିବୁ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଯାହା କଦଳୀରୁ ପ୍ରସ୍ତୁତ କରାଯାଇଥାଏ । ତେବେ ଜାଣନ୍ତୁ କଦଳୀ ଚାର ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପକାରିତା ବିଷୟରେ।
ସାମଗ୍ରୀ- ୨କପ୍ ପାଣି, ଚୋପା ଲାଗିଥିବା କଦଳୀ, ଅଧା ଚାମଚଡାଳଚିନି, ୧ଚାମଚ ମହୁ।
ପ୍ରଣାଳୀ – ଏକ କପରେ ପାଣି ଗରମ କରି ଏଥିରେ ଚୋପା ଲଗା କଦଳୀକୁ ୧୫ ମିନିଟ୍ ଫୁଟାନ୍ତୁ। ଏହାପରେ ଏହାକୁ ଏକ କପରେ ଢାଳି ନିଅନ୍ତୁ। ଟେଷ୍ଟ ପାଇଁ ଆପଣ ଏଥିରେ ଡାଳଚିନି ପାଉଡର ଏବଂ ମହୁ ମିଶାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବାନାନା ଟି।
ଉପକାରିତା- ବାନାନା ଟି ସେବନ କରିବା ଦ୍ଵାରା ଭଲ ନିଦ ହୋଇଥାଏ।
-ହାର୍ଟ ସହ ଜଡିତ ସମସ୍ୟା ସମାଧାନ ହୁଏ।
-ମାଗ୍ନେସିୟମ, ପୋଟାସିୟମ୍, ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଥିବା ବାନାନା ଟିରେ ପେଟ ସଫା ହୋଇଥାଏ।
-ଏହା ଆପଣଙ୍କୁ ଚିନ୍ତାରୁ ମୁକ୍ତି କରେ।
-ଏଥିରେ ଭିଟାମିନ୍ ଏ, ବି, ପୋଟାସିୟମ ଦ୍ଵାରା ଆପଣଙ୍କର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।