ଶିକ୍ଷାନୁଷ୍ଠାନ ନିକଟରେ ଖୁଲମ ଖୁଲା ମଦ ବେପାର

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି):ସରକାରକଙ୍କ ଟିକସ ନିଶାରେ ବିଭିନ୍ନ ସ୍ଥାନରେ ଠିପି ଖୋଲା ମଦ ଦୋକାନ ଖୋଲାଯାଇଛି । ଖୋଲା ଖୋଲି ଭାବେ ମଦ କାରବାର ଯୋଗୁଁ ମଦ୍ୟପ ଓ ଆସାମାଜିକ ବ୍ୟକ୍ତିମାନେ ସର୍ବ ସାଧାରଣ ସ୍ଥାନ ବିଦ୍ୟାଳୟ ନିକଟରେ ବିଭିନ୍ନକାଣ୍ଡ ଘଟାଉ ଛନ୍ତି। ହେଲେ ଏଥିପ୍ରତୀ ପ୍ରଶାସନ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି। ଦୋକାନ ଭିତରୁ ମଦ ପିଇବା ନିୟମ ରହିଥିବା ବେଳେ ଲୋକମାନେ ବେଆଇନ ଭାବେ ମଦ ନେଇ ସ୍କୁଲ ପରିସରରେ ରାସ୍ତାରେ କଡରେ ପିୟୁଛନ୍ତି। ମଦ ଦୋକାନ ନିକଟରେ ୩୦୦ ମିଟର ଦୂରରେ ଦୀପ୍ତି କଂନଭେଟ ସ୍କୁଲ ଥିବାବେଳେ ସେଠାରେ ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ପଢୁଛନ୍ତିା ଏବଂ ପେଟ୍ରୋଲ ପମ୍ପ ମଧ୍ୟ ରହିଛି । ଫଳରେ କୋମଳ ମତି ପିଲାଙ୍କ ଉପରେ ଏହା ଖରାପ ପ୍ରଭାବ ପକାଉଛି । ସରକାରଙ୍କ ନିୟମ ଅନୁସାରେ ମୁଖ୍ୟ ରାସ୍ତା ଓ ଶିକ୍ଷାନୁଷ୍ଠାନର ୫୦୦ ମିଟର ପର୍ଯ୍ୟନ୍ତ ମଦଦୋକାନ ଲାଗି ଲାଇସେନ୍ସସ ଦିଆଯାଇ ପାରିବନାହି । ହେଲେ ଏ ଠାରେ ଲାଇସେନ୍ସସ ଦିଆଯାଇଛି ଏନେଇ ଲୋକ ମାନେ ତଦନ୍ତ କରିବାପାଇଁ ଦାବୀ କରିଛନ୍ତି।