ଶାଗୁଦାନା ଲଡ଼ୁ

(ରିପୋଟରର୍ସ ଟୁଡେ): ଅଧିକାଂଶ ଲୋକ ଶାଗୁ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଖାଇବାକୁ ଯେତେ ସୁଆଦିଆ ଏହାକୁବନାଇବା ଆହୁରୀ ସହଜ ତେବେ ସମସ୍ତେ ଶାଗୁ କ୍ଷୀରି ,ଶାଗୁ ଉପମା ଭଳି ବିଭିନ୍ନ ପ୍ରକାର ଆଇଟମ ବନାଇ ଖାଇଥିବେ କିନ୍ତୁ ଆଜି ଆମେ ବନାଇବୁ ଶାଗୁ ଲଡ଼ୁ ଆସନ୍ତୂ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି
ଆବଶ୍ୟକୀୟ ସାମଗ୍ର୍ରୀ:ଶାଗୁ -୧କପ୍,ନଡ଼ିଆ କୋରା -୧କପ,ଚିନି ଗୁଣ୍ଡ -୧କପ,ଘିଅ-୧କପ,ଗୁଚୁରାତି-୪ଟି ,କାଜୁ-୧୦ଟି,ବାଦାମ-୧୦ଟି ।
ପ୍ରସ୍ତୁତ ପ୍ରଣାଳି : ପଅଥମେ ଶାଗୁଦାନାକୁ ବତୁରାଇ ଦିଅନ୍ତୁ । ଗ୍ୟାସଅନ୍ କରି ଏକ କଡ଼େଇ ବସାନ୍ତୁ ଏଥିରେ ବତୂରା ହୋଇଥିବା ଶାଗୁ ଦାନାକୁ ଚିପୁଡ଼ି ଭାଜି ନିଅନ୍ତୂ । ଏହା ବ୍ରାଉନ କଲର ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ହୋଇଗଲା ପରେ ତାକୁ ଗୁଣ୍ଡ କରି ଦିଅନ୍ତୁ । ଆଉ ଏକ କଡ଼େଇରେ ନଡ଼ିଆ କୋରା ପକାଇ ଭାଜନ୍ତୁ । ଟିକେ ବ୍ରାଉନ ହେବା ପରେ ଏଥରେ ଗୁଣ୍ଡ ହୋଇଥବା ଶାଗୁ ,ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । କଡ଼େଇରେ ଘିଅ ଗରମ କରି ଶାଗୁ ମିଶ୍ରଣ,ଗୁଜୁରାତି,ଲୁଣ,କାଜୂ,ବାଦାମ ପକାଇ ମିଶାଇ ଦିଅନ୍ତୁ । ଏହି ମିଶ୍ରଣଟି ଟିକେ ଥଣ୍ଡା ହୋଇଗଲେ ହାତରେ ତେଲ ମାରି ଗୋଲ ଗୋଲ ଆକୃତିର ଆକାର ଦେଇ ଉପରେ ଏକ କାଜୁ ଥୋଇ ଅତିଥିଙ୍କୁ ପରସନ୍ତୁ ଶାଗୁଦାନା ଲଡ଼ୁ ।