ଶରଜିଲ୍ ଇମାମଙ୍କ ଜାମିନକୁ ଖାରଜ

ନୂଆଦିଲ୍ଲୀ: ଜାମିଆ ହିଂସାର ଅଭିଯୁକ୍ତ ଜେଏନୟୁ ଛାତ୍ର ଶରଜିଲ୍ ଇମାମଙ୍କ ଜାମିନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଦିଲ୍ଲର ଏକ କୋର୍ଟରେ ଇମାମ କରିଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଜାମିନ ଆବେଦନ ଖାରଜ କରିବା ବେଳେ କୋର୍ଟ ସ୍ୱାମୀ ବିବେକାନନ୍ଦଙ୍କ ଏକ ବାଣି ମଧ୍ୟ ଶୁଣାଇଛନ୍ତି । ସାମ୍ପ୍ରଦାୟିକ ହିଂସା ଉଦ୍ରେକକାରୀ ଭାଷଣ ଦେଇ ଇମାମ ଗିରଫ ହୋଇଥିଲେ ।
କୋର୍ଟ ଇମାମର ଜାମିନ ଆବେଦନ ଖାରଜ କରିବା ବେଳେ ସହ ସ୍ବାମୀ ବିବେକାନନ୍ଦଙ୍କ ଏକ ବାଣୀ ଉଦ୍ଧୃତକରି କହିଥିଲେ, ଆମେ ଯେମିତି ଭାବୁ ଆମର ବୃକ୍ତିତ୍ୱ ସେମିତି ହୋଇଯାଇଥାଏ। ତେଣୁ ବିଚାର ଜୀବନ୍ତ ହୋଇଥାଏ ଯାହାକି ଦୂର ଦୂରାନ୍ତର ଯାଇଥାଏ। ଡିସେମ୍ବର ୧୩, ୨୦୧୯ରେ ଇମାମର ଭାଷଣରୁ ସ୍ପଷ୍ଟ ଜଣାପଡ଼ୁଛି ତାଙ୍କର ଭାଷଣ ସାଂପ୍ରଦାୟିକ ଏବଂ ବିଭାଜନକାରୀ ବୋଲି କୋର୍ଟ କହିଛନ୍ତି। ସଂଶୋଧିତ ନାଗରିକତା ଆଇନ (ସିଏଏ) ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ବେଳେ ହିଂସାକୁ ଉସୁକାଇବା ଭଳି ଭାଷଣ ଦେଇଥିବାରୁ ଶରଜିଲ ଇମାମର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ।