( ପୁରୀ / ଜୟନ୍ତ କୁମାର ସେଠୀ): ପ୍ରଶାସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ନାଟ୍ୟ ମଣ୍ଡପରେ ୧୪୪ ଧାରା ଜାରି କରାଯିବା ସହିତ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବକୁ ବନ୍ଦ କରି ଦିଆଯିବା ଘଟଣାକୁ ନେଇ ନାଟ୍ୟ ମଣ୍ଡପର ନୃତ୍ୟ ସଙ୍ଗୀତ , ଛାତ୍ରଛାତ୍ରୀ, ଅଭିଭାବକ ଓ କଳା ପ୍ରେମିମାନେ ମୁଁହରେ କଳା ପଟି ବାନ୍ଧି ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହିତ କୋଣାର୍କ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ସ୍ବମି ଶଙ୍କରାନନ୍ଦ ଗିରିଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଏବଂ ତହସିଲ କାର୍ୟ୍ୟାଳୟ ପରିସରରେ ପ୍ରଶାସନ ବିରୋଧରେ ବିଭିନ୍ନ ନାରାବାଜି ଦେବାସହ ପୁରୀ ଜିଲ୍ଲାପାଳଙ୍କୁ ଉଦେଶ୍ୟରେ ରାଜସ୍ବ ନୀରିକ୍ଷକ ବାରିସ ହେମ୍ବ୍ରମ ଙ୍କୁ ଦାବିପତ୍ର ଦେଇଥିଲେ। ଏହି ଶୋଭାଯାତ୍ରାରେ ପ୍ରଦିପ୍ତ କୁମାର ପରିଡ଼ା, ମଧୁସ୍ମିତା ମୁରଡି,ପ୍ରଶାନ୍ତ କୁମାର ସାହୁ,ସୋନାଲି ସେଠୀ,ଶୁଭଲକ୍ଷମୀ ପାତ୍ର, ତୃପ୍ତି ମୟି ବେହେରା ଆଦି ପ୍ରମୁଖ ଶତାଧିକ ଆନ୍ଦୋଳନକାରି କଳା ପ୍ରେମି ଉପସ୍ଥିତ ଥିଲେ।