ଲୁଟ ଅଭିଯୋଗ

( ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଲୁଟ୍‌ କରିବା ଅଭିଯୋଗରେ ଗିରଫ କରିଛି। ଗିରଫ ଛାତ୍ରଜଣଙ୍କ ହେଲେ, ଅଜୟ ମହାକୁଡ଼(୨୩)। ସେ ସ୍ଥାନୀୟ ଏକ ଇଂଜିନିୟରିଂ କଲେଜରେ ଗତବର୍ଷ ନାମ ଲେଖାଇ ଶାଶ୍ବତ ବିହାରରେ ମେସ୍‌ କରି ରହୁଥିଲେ। ଗତ ସପ୍ତାହରେ ସେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ହଷ୍ଟେଲର ଝରକା ଗ୍ରିଲ୍ କାଟି ଆଶିଷ ଗୁପ୍ତା ନାମକ ଜଣେ ଛାତ୍ରଙ୍କ ଲାପଟପ୍, ଦାମୀ ମୋବାଇଲ୍ ଓ ନଗଦ ଟଙ୍କା ଲୁଟ୍ କରି ଫେରାର୍‌ ହୋଇଯାଇଥିଲେ। ପାଖରେ ଥିବା ସିସିଟିଭି ଫୁଟେଜ୍‌‌ରେ କଏଦ୍‌ ହୋଇଥିବା ଲୁଟ୍‌ ବେଳର ଦୃଶ୍ୟକୁ ଆଧାର କରି ପୁଲିସ ଆଜି ତାଙ୍କୁ ଗିରଫ କରିଛି।