(ରିପୋର୍ଟସଟୁଡେ): କରୋନା କଟକଣା ଫଳରେ ଆପଣମାନେ ଘର ବାହାରକୁ ବାହାରି ପାରୁନାହାନ୍ତି । ସେହି ସମୟରେ ଆପଣଙ୍କୁ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି । କିନ୍ତୁ ଆପଣ ବାହାରକୁ ଯାଇ କିଛି କିଣି ଖାଇ ପାରିବେ ନାହିଁ । ସେହି ସମୟରେ ଘରେ ସହଜ ଉପାୟରେ ଧନିଆ କଟଲେଟ ପ୍ରସ୍ତୁତ କରି ସନ୍ଧ୍ୟାରେ ତାହାର ମଜା ନିଅନ୍ତୁ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଧନିଆ କଟଲେଟ ।
ଆବଶ୍ୟକ ସାମଗ୍ରୀ
ଧନିଆ ପତ୍ର
ବେସନ
ଜୀରା
ଲଙ୍କା ଗୁଣ୍ଡ
ଗରମ ମସଲା ପାଉଡର
ଲୁଣ ସ୍ୱାଦାନୁସାରେ
ତେଲ ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଧନିଆ ପତ୍ରକୁ ସଫା କରି ଧୋଇ କାଟି ଦିଅନ୍ତୁ।
ଏହାପରେ ଏକ ପାତ୍ରରେ ଧନିଆ ପତ୍ର, ଏକ କପ୍ ବେସନ, ଅଧା ଚାମଚ ଜୀରା, ଏକ ଚାମଚ ଗରମ ମସଲା ଏବଂ ସ୍ୱାଦଅନୁସାରେ ଲୁଣ ମିଶାନ୍ତୁ।ଏବେ ଏହିସବୁକୁ ହାତରେ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।ଏବେ ଏହି ମିଶ୍ରଣକୁ କଟଲେଟ ଆକାରରେ ତେଲରେ ଛାଣି ଦିଅନ୍ତୁ। ଏହାକୁ ଗୋଲଡେନ ବ୍ରାଉନ ହେବା ପର୍ୟ୍ୟନ୍ତ ଛାଣନ୍ତୁ।ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟୀ କଟଲେଟ। ଆପଣ ଏହାକୁ ଟମାଟୋ ସସରେ ବି ଖାଇପାରିବେ।