(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ଏମସରେକୋରୋନା ଲକଡାଉନ ପାଇଁ ଆରମ୍ଭ ହେଲା ଟେଲି ମେଡିସନ ସେବା । ଏହା ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁ ରହିବ । ଲକଡାଉନ ପାଇଁ ସାରା ଦେଶ ତାଲା ବନ୍ଦ ଥିବାରୁ ଏହାର ବିକଳ୍ପ ଭାବେ ଏହି ବ୍ୟବସ୍ଥା କରାଯାଇଛି । ଏହି ସେବା ପାଇଁ ୯ଟି ବିଭାଗର ମୋବାଇଲ ନମ୍ବର ମଧ୍ୟ ଜାରୀ କରଯାଇଛି । ଯେଉଁଥିରେ କି ହ୍ୱାଟସଆପ ବ୍ୟବସ୍ଥା ରହିଛି । ଲୋକମାନେ ହ୍ୱାଟସଆପ ଜରିଆରେ ସମ୍ପୃକ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିପାରିବେ । ରୋଗୀ ଡାକ୍ତରଙ୍କୁ ଯୋଗାଯୋଗ କରିବା ପରେ ଡାକ୍ତର ହ୍ୱାଟସଆପ୍ରେ ପ୍ରେସକ୍ରିପସନ ଲେଖି ରୋଗୀଙ୍କ ହ୍ୱାଟସ୍ଆପ ନମ୍ବରରେ ଫଟୋ ଉଠାଇ ପଠାଇବେ । ଯେଉଁ ରୋଗୀମାନେ ଏମସ୍ରେ ଚିକତ୍ସିତ ହେଉଥିଲେ ସେମାନେ ଅଧିକ ଉପକୃତ ହେବେ କାରଣ ସେମାନେ ଯେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ସିଧାସଳଖ ଯୋଗାଯୋଗ କରିପାରିବେ । ଏହାସହ ଓପିଡି ସେବା ବନ୍ଦ ଥିବାରୁ ଏହି ଟେଲିମେଡିସିନ ସେବା ଲକଡାଉନ ସମୟରେ ରୋଗୀମାନଙ୍କ ସହଯୋଗ କରିପାରିବ ।
ଜାରୀ ହୋଇଥିବା ୯ଟି ବିଭାଗର ଯୋଗାଯୋଗ ନମ୍ବର
ଶିଶୁ ରୋଗ-୮୨୮୦୩୪୬୬୫୭
ଜେନେରାଲ ସର୍ଜରୀ -୮୨୮୦୩୪୬୬୨୬
ଅସ୍ଥି ଶଲ୍ୟ-୮୨୮୦୩୪୬୬୪୮
ଜେନେରାଲ ମେଡିସିନ-୮୨୮୦୩୪୬୬୨୧
ଓ ଆଣ୍ଡ ଜି-୮୨୮୦୩୪୬୬୪୨
ୟୂରୋଲୋଜି- ୮୨୮୦୩୪୬୬୭୫
ସାଇକିଆଟ୍ରିକ-୮୨୮୦୩୪୬୬୬୦
ପଲୁମନାରୀ-୮୨୮୦୩୪୬୬୮୬
କ।ର୍ଡିଓଲୋଜି-୮୨୮୦୩୪୬୬୮୬