(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ଉଲଙ୍ଘନ ଘଟଣାରେ କମିଶନରେଟ ପୋଲିସ ୧୪୮୦ଟି ଗାଡି ଜବତ କରିଛି । ସେହିଭଳି ବାହାରେ ବୁଲୁଥିବା ବେଳେ ମୁହଁରେ ମାକ୍ସ ପିନ୍ଧି ନ ଥିବା ୩୩୨ଜଣ ବ୍ୟକ୍ତିଙ୍କଠାରୁ ଫାଇନ କାଟିଛି ପୋଲିସ ।
ସୁନାଯୋଗ୍ୟ ଯେ, କୋରୋନା ପାଇଁ ରାଜଧାନୀକୁ ସମ୍ପୁର୍ଣ୍ଣ ଲକଡାଉନ କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ କିଛି ଅମାନିଆ ବାହାରେ ବାଇକ ଧରି ବୁଲିବା ସହ ମୁହଁରେ ମାସ୍କ ପିନ୍ଧି ନ ଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ଯେଉଁ ବ୍ୟକ୍ତି ଅତ୍ୟାବଶ୍ୟକ କାମରେ ବାହାରକୁ ଆସିଥିବା ପ୍ରମାଣ ଦେଉଛି ତାକୁ ଛାଡିଦେଇଛି । ହେଲେ ପ୍ରମାଣ ଦେଇ ପାରୁ ନ ଥିବା ଅମାନିଆଙ୍କ ଗାଡି ସିଜ କରିଛି ପୋଲିସ । ଆଜି କମିଶନରେଟ ପୋଲିସ ଟୁଇନସିଟିରୁ ୧୪୮୦ଟି ଗାଡି ଜବତ କରିବା ସହ ବିନା ମାସ୍କରେ ବୁଲୁଥିବା ୩୩୨ଜଣ ବ୍ୟକ୍ତିଙ୍କଠାରୁ ଫାଇନ ମଧ୍ୟ କାଟିଛି ।