ରୋଟାରୀ କ୍ଳବ ତରଫରୁ ପାଞ୍ଚଟି ସାନିଟାଇଜ ମେସିନ ସରକାରୀ କାର୍ୟ୍ୟାଳୟକୁ ପ୍ରଦାନ

(ସତ୍ୟନାରାୟଣ ପାଲ /ରାଇରଙ୍ଗପୁର): ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ରୋଟାରୀ କ୍ଳବ ତରଫରୁ ଲୋକମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ଏକ ଅଭିନବ ପ୍ରକାର ସନିଟାଇଜର ମେସିନ ଆଜି ପାଞ୍ଚ ଗୋଟି ସରକାରୀ କାର୍ୟ୍ୟାଳୟରେ ଲଗାଯାଇଛି।ଏହି ମେସିନ ଦ୍ୱାରା ସରକାରୀ କର୍ମଚାରୀ ଏବଂ ଅଫିସକୁ ଆସୁଥିବା ଜନସାଧାରଣମାନେ ନିଜ ହାତକୁ ସାନିଟାଇଜ କରି ଅଫିସ ଭିତରକୁ ଯିବେ।ଏହି ପାଞ୍ଚ ଗୋଟି ସନିଟାଇଜ ମେସିନକୁ ପ୍ରଥମେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ଉଦଘାଟନ କରିଥିଲେ । ରାଇରଙ୍ଗପୁର ମେଡିକାଲର ଏସଡିଏଏମ ଛତିଶ ଚନ୍ଦ୍ର ମହାନ୍ତ କହିଛନ୍ତି ଯେ ରାଇରଙ୍ଗପୁର ରୋଟାରୀ କ୍ଳବ ସଦସ୍ୟ ମାନଙ୍କର ଏହି ଅଭିନବ ପ୍ରକାର ସନିଟାଇଜର ମେସିନ ପ୍ରଦାନ କରିଥିବାରୁ କ୍ଳବର ସମସ୍ତ ସଦସ୍ୟ ମାନଙ୍କୁ ରାଇରଙ୍ଗପୁର ମେଡିକାଲ ତରଫରୁ ଧନ୍ୟବାଦ ଜଣାଇଛନ୍ତି।କ୍ଳବର ପୂର୍ବତନ ସଭାପତି ଶ୍ରୀ ଅରବିନ୍ଦ ବାଗାଡିଆ କହିଛନ୍ତି ଯେ ଆଜି ପ୍ରଥମ ପର୍ୟ୍ୟାୟରେ ପାଞ୍ଚ ଗୋଟି ପ୍ରଦାନ କରାଯାଇଛି । ଦ୍ୱିତୀୟ ପର୍ୟ୍ୟାୟରେ ରାଇରଙ୍ଗପୁର ସହର ତଥା ଆଖପାଖ ଗାଁ ଗୁଡିକରେ ମଧ୍ୟ ରାଇରଙ୍ଗପୁର ରୋଟାରୀ କ୍ଳବ ତରଫରୁ ଏହି ଅଭିନବ ପ୍ରକାର ସନିଟାଇଜର ମେସିନ ପ୍ରଦାନ କରାଯିବ ବୋଲି ଅରବିନ୍ଦ ବାଗାଡିଆ କହିଛନ୍ତି।ରାଇରଙ୍ଗପୁର ରୋଟାରୀ କ୍ଳବର ଏହି ପ୍ରକାର ସନିଟାଇଜର ମେସିନ ପ୍ରଦାନକୁ ଜନସାଧାରଣ ସ୍ୱାଗତ କରିବା ସହିତ ଭବିଷ୍ୟତରେ ସେମାନେ ଜନସାଧାରଣଙ୍କ ପାଇଁ ଆହୁରି ଅନେକ କିଛି ଭଲ କାମ କରିବେ ସେଥିପାଇଁ ଜନସାଧାରଣ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।