ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ସପ୍ତମ ଥର ପାଇଁ ଏହି ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ରେପୋ ରେଟ ୪ ପ୍ରତିଶତ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁଧ ହାର ୪%ରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ୍ର ‘ମିନିଟାରି ପଲିସି କମିଟି’ ମଧ୍ୟ ରିଭର୍ସ ରେପୋ ରେଟ୍ ୩.୩%ରେ ଅପରିବର୍ତ୍ତିତ ରଖିଛନ୍ତି।
ଯେତେବେଳେ ଆମ ପାଖରେ ଟଙ୍କାର ଅଭାବ ଥାଏ ତେବେ ଆମେ ବିଭିନ୍ନ ବାଣିଜିକ ବ୍ୟାଙ୍କରୁ ଟଙ୍କା ଋଣ କରିଥାଉ ତେବେ ଏଥିପାଇଁ ଆମକୁ ଋଣ ପଇସାର ସୁଧ ଦେବାକୁ ପଡେ । ତେବେ ଏହି ଭଳି ବାଣିଜ୍ୟକ ବ୍ୟାଙ୍କ ମାନେ ମଧ୍ୟ ଭାରତୀୟ ରିଜର୍ବ ବ୍ୟାଙ୍କ ପାଖରୁ ଟଙ୍କା ଋଣ କରିଥାନ୍ତି ତେବେ ଏହି ଋଣ କରିଥିବା ଟଙ୍କାର ସୁଧ ହାର କୁ ରେପୋରେଟ କୁହାଯାଏ । ଏହି ରେପୋ ରେଟ କମ ହେଲେ ଲୋକମାନେ ମଧ୍ୟ କମ ସୁଧହାରରେ ବାଣିଜ୍ୟକ ବ୍ୟାଙ୍କରୁ ଋଣ ମିଳିଥାଏ ।
‘ମିନିଟାରି ପଲିସି କମିଟି’ର ତିନି ଦିନି ଧରି ଚାଲିଥିବା ବୈଠକ ପରେ ଆଜି ଉପରୋକ୍ତ ଘୋଷଣା କରାଯାଇଛି। ଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ କନଜ୍ୟୁମର ପ୍ରାଇସ ଇନଡେକ୍ସ (ସିପିଆଇ) ମୁଦ୍ରାସ୍ପୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଦ୍ୱିତୀୟ ତ୍ରୟମାସରେ ୫.୯ ପ୍ରତିଶତ, ତୃତୀୟ ତ୍ରୟ ମାସରେ ୫.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ଏହା ୫.୮ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି।
ସାଧାରଣ ଲୋକଙ୍କ ଉପରେ ପ୍ରଭାବ
ଯଦି ରେପୋ ରେଟ୍ ଅଧିକ ରୁହେ ତାହେଲେ ଲୋକଙ୍କ ଇଏମଆଇ ବଢ଼ିବ ଏବଂ ବ୍ୟାଙ୍କଗୁଡିକରୁ ଋଣ ନେବା ମହଙ୍ଗା ହୋଇଯାଏ । ତେଣୁ ଘର, କାର ଆଦି ଋଣର ସୁଧ ହାର ବଢ଼ିଯାଏ। ସେହିପରି ରିଭର୍ସ ରେପୋ ରେଟ୍ ହେଉଛି ସେହି ସୁଧ ହାର ଯାହା ଆରବିଆଇ ବ୍ୟାଙ୍କଗୁଡିକୁ ସୁଧ ଭାବରେ ପ୍ରଦାନ କରେ।