(ରିପୋଟରର୍ସ ଟୁଡ଼େ): ମାର୍ବଲ ଷ୍ଟୁଡିଓର ସବୁଠାରୁ ଧମାକାଦାର ଫିଲ୍ମର ଅପେକ୍ଷାର ଅନ୍ତ ଘଟିଛି । ଆଡଭେନଜରସ୍ ଆଣ୍ଡ ଗେମ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପ୍ରେଲ ୨୪ରେ ଚୀନ ଏବଂ ଅଷ୍ଟ୍ରେଲିଆରେ ରିଲିଜ ହୋଇଥିବା ସମୟରେ ଅପ୍ରେଲ ୨୫ରେ ୟୁଏସ୍ ଏବଂ ୨୬ ଅପ୍ରେଲରେ ଆଜି ଭାରତରେ ରିଲିଜ ହୋଇଛି । ସେହି ଭଳି ଗ୍ଲୋବାଲ ମାର୍କେଟରେ ଫିଲ୍ମ ୧୧୮୭ କୋଟି ବ୍ୟବସାୟ କରିଛି । ଭାରତୀୟ ବକ୍ସ ଅଫିସରେ ଏହି ଫିଲ୍ମ ପାଖାପାଖି ୧ ମିଲିୟନ ଟିକେଟ ବିକ୍ରୀ ହୋଇ ସାରିଛି । ଏହାକୁ ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ ଭାଷାରେ ରିଲିଜ କରାଯାଇଛି ।
ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ବ୍ୟବସାୟ ରେକର୍ଡ ଭାଙ୍ଗି ସାରିଲାଣି । ପ୍ରଥମ ଦିନରେ ଫିଲ୍ମ ୧୧୮୭ କୋଟି ଟଙ୍କା ବ୍ୟବସାୟ କରିଛି । କେବଳ ସେତିକି ନୁହେଁ ଚୀନ ବକ୍ସ ଅଫିସରେ ଫିଲ୍ମ ଧମାକାଦାର ବ୍ୟଭସାୟ କରିଛି । ୭୦୦ କୋଟି ବ୍ୟବସାୟ କରିଥିବା ସୂଚନା ମିଳିଛି ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମକୁ ଫାଇଭ୍ ଷ୍ଟାର ଦେଇଛନ୍ତି ।