(ରଜନୀକାନ୍ତ ପାତ୍ର / ହିଞ୍ଜିଳି) : କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କିପରି ଲୋକମାନେ ପାଇପାରିବେ ସେଥି ନିମନ୍ତେ ବିଭିନ୍ନ ସ୍ତରରେ ସଚେତନ କରାଯାଉଥିଲେ ମଧ୍ୟ ଏଥିରୁ ଯୋଗ୍ୟ ହିତାଧିକାରୀ ମାନେ ବାଦ୍ ପଡିଥିବା ଦେଖିବାକୁ ମିଳିଛି । ଯୋଗ୍ୟ ହିତାଧିକାରୀ ମାନେ ସେମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପଂଚାୟତ ଓ ବ୍ଲକ ସ୍ତରରେ ଅଭିଯୋଗ କଲେ ମଧ୍ୟ ସେମାନଙ୍କ ଗୁହାରି କେହି ଶୁଣୁନଥିବା ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ ପଂଚାୟତର ଏନ୍. ବରପଲ୍ଲୀ ଓ ଝାଟିପଦର ଗ୍ରାମର ବହୁ ଯୋଗ୍ୟ ହିତାଧିକାରୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଏନ.ବରପଲି ଗ୍ରାମାର ସୁନ୍ଦରୀ ପ୍ରଧାନ, ଶଙ୍କର ପଲାଇ, ବାବୁଲା ପ୍ରଧାନ, ରବିନ୍ଦ୍ର ପ୍ରଧାନ, ସୁନିତା ପ୍ରଧାନ, ରମା ସାହୁ, ରିଙ୍କି ପ୍ରଧାନ ଓ ଝାଟିପଦର ଗ୍ରାମର ବନିତା ପ୍ରଧାନ, ମିତା ପଲାଇ, ଜୟ ପଲାଇ, ସରଜିନୀ ପଲାଇ, ନାରାୟଣ ପ୍ରଧାନଙ୍କ ସମେତ ବହୁ ଯୋଗ୍ୟ ହିତାଧିକାରୀ ମାନେପ୍ରମୁଖ ଉପସ୍ଥିତ ଥିଲେ ।