ରାମ ନଗରୀ ଅଯୋଧ୍ୟାରେ ଭୂମିକମ୍ପ

(ଅଯୋଧ୍ୟା) : ଅଯୋଧ୍ୟାରେ ଭୂମିକମ୍ପ । ଗୁରୁବାର ରାତିରେ ରାମନଗରୀ ଅଯୋଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୁମିକମ୍ପର ତୀବ୍ରତା ୪.୩ ଥିବା ସୂଚନା ରହିଥିବା ବେଳେ ରିପୋର୍ଟ ଅବୁଯାୟୀ ଗୁରୁବାର ହଠାତ ରାତି ୧୨ଟାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।ଅଉଉ ଅଯୋଧ୍ୟା ମାଟି ଥରି ଉଠିଥିଲା । ତେବ ଏହାର କେନ୍ଦ୍ରସ୍ଥଳୀ ନେପାଳ ବୋଲି ସୂଚନା ମିଳିଛି । ତେବେ ଏନେଇ ଅଧିକ ତଥ୍ୟ ମିଳିପାରି ନାହିଁ । ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁସାରେ, ରାତି ୧୧ଟା ୫୯ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଅଟେ । ଏହାର କେନ୍ଦ୍ର ମାଟିଥୁ ୧୫ କିମି ଥିଲା ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।