(କଳାହାଣ୍ଡି) : ମମିତା ହତ୍ୟା କାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ରାଧେ ଘରୁ ମିଳିଥିବା ବ୍ୟଗଟି ମମିତା ଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ଆଜି ସମସ୍ତ ସନ୍ଦେହରେ ପୁର୍ଣ୍ଣ ଛେଦ ପକାଇଛି କେ ଗାଁ ପୁଲିସ । ରାଧେର ସ୍ତ୍ରୀ ପୁଲିସ କୁ ହସ୍ତାନ୍ତର କରିଥିବା ବ୍ୟାଗଟି ମମିତା ମେହେରଙ୍କ ନୁହେ ବୋଲି ସ୍ପଷ୍ଟ କରିଛି ପୁଲିସ । ଅନ୍ୟପଟେ ବ୍ୟାଗ ସମ୍ପର୍କରେ ପରିବାର ଲୋକେ କହିନଥିବା ସୂଚନା ମିଳିଛି । ମମିତାଙ୍କ ମୃତଦେହ ନିକଟରୁ ମିଳିଥିବା ଚେନ ଏବଂ ପାଉଁଜିକୁ ପରିବାରକୁ ହସ୍ତାନ୍ତର କରିଛି କେ ଗାଁ ପୁଲିସ । ପରିବାର ଲୋକେ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଗତ କାଲି ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହକୁୁ ଧରି କ୍ରାଇମ ରି କ୍ରିଏସନ କରିଥିଲା ପୁଲିସ ।