ରାଧେକୁ ମିଳିଲାନି ଜାମିନ

(କଣ୍ଟାବାଞ୍ଜି) : ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ବା ଡାହାଣ ହାତ କୁହାଯାଉଥିବା ରାଧେର ଜାମିନକୁ ନାମଞ୍ଜୁର କରିଛନ୍ତି କୋର୍ଟ । ବହୁ ଚର୍ଚ୍ଚିତ ମମିତା ମେହେରା ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇସାରିଥିବା ବେଳେ ଆଜି ଗୋବିନ୍ଦ ସାହୁ ଡ୍ରାଇଭରକୁ ଗିରଫ କରିଛି ପୁଲିିସ । ମୁଖ୍ୟ ଅଭୀଯୁକ୍ତ ଗୋବିୁନ୍ଦ ସାହୁର ଡ୍ରାଇଭର ରାଧେଶୟାମ ଚଣ୍ଡୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବଲାଙ୍ଗୀର ପୁଲିସ । ରାଧେକୁ ବଙ୍ଗୋମୁଣ୍ଡା ଜେଏମଏଫସି ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ରାଧେ ବିରୋଧରେ ଭାରତୀୟ ପିଙ୍ଗଳ ଧାରାରେ ୩୦୨, ୨୦୧ , ୩୪ ଦଫା ଲଗାଯାଇଛି ।