ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ସେବା ସଂସ୍ଥାକୁ ୨୦୨୧ର ସର୍ବଭାରତୀୟସ୍ତରରେ ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବରେ ବିବେଚନା କରାଯାଇଛି । ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର୨ରୁ ୫ ପର୍ଯ୍ୟନ୍ତ ଇନଷ୍ଟିଚ୍ୟୁଟ ଅଫ ଫାୟାର ଇଞ୍ଜିନିୟସ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ ୨୦୨୧ ମେଳା ଅବସରରେ ପୁରସ୍କାର ଘୋଷଣା କରାଯାଇଥିଲା । ଓଡିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ୱିତୀୟ ଓ ଗୁଜୁରାଟ ଅଗ୍ନିଶମ ସେବା ତୃତୀୟସ୍ଥାନ ଅଧିକାର କରିଥିଲା । ଆୟୋଜକମାନେ ଓଡିଶ।। ଅଗ୍ନିଶମ ସେବ।। ସଂସ୍ଥାର ମୁଖ୍ୟତଃ ବିପର୍ଯ୍ୟୟ ମୁକାବିଲା କରିବାର ଦକ୍ଷତାକୁ ବିଚାରକୁ ନେଇ ପୁରସ୍କାର ଘୋଷଣା କରିଥିଲେ ।
ଓଡିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ଆମ ରାଜ୍ୟରେ ନୁହେଁ ବରଂ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ଏହି ସଂସ୍ଥା ୨୦୧୪ ମସିହାର ହୁଡ ହୁଡ, ସମୟରେ ଆନ୍ଧ୍ରପ୍ରଦେଶ, ୨୦୧୮ ମସିହାରେ ମେଘାଳୟରେ ମାଇନିଂ ସେସ୍କ୍ୟୁ, ୨୦୧୮ କେରଳ ବନ୍ୟା ଓ ୨୦୨୦ ମସିହାରେ ପଶ୍ଚିମବଙ୍ଗରେ ଏଏମପିଏଚଏଏନ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲା ।