ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୯୦ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁସ୍ଥ ହୋଇଥିବା ୯୦ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧାରୁ ୨, ସମ୍ବରଲପୁରରୁ ୨, ବାଲେଶ୍ୱରରୁ ଜଣେ ଓ ନୟାଗଡ଼ରୁ ମଧ୍ୟ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୩ ଥିବା ବେଳେ ସେମାନଙ୍କ ମଧ୍ୟରୁ ୯୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ମୋଟ ୭୩୭ ଆକ୍ଟିଭ କେସ୍ ରହିଛି । ୭ଜଣଙ୍କର ମୃତ୍ୟୁ ହୋଇଛି ।