(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁସ୍ଥଙ୍କ ମଧ୍ୟରେ ଭଦ୍ରକରୁ ୨୮, ଯାଜପୁରରୁ ୫, କଟକରୁ ୪, କେନ୍ଦୁଝରରୁ ୩, ବାଲେଶ୍ବରରୁ ୧୭, ଗଞ୍ଜାମ ଜିଲ୍ଲାରୁ ୧୧, ଖୋର୍ଦ୍ଧାରୁ ୨, ବଲାଙ୍ଗୀରରୁ ୨ ଏବଂ ପୁରୀରୁ ୭ ଜଣ ଅଛନ୍ତି । ରାଜ୍ୟରେ ମୋଟ୍ ୮୧୨ ଜଣ କରୋନା ସଂକ୍ରମିତି ସୁସ୍ଥ ହୋଇଛନ୍ତି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ୭୭୪ ଜଣ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ୭ ରହିଛି ।