ରାଜ୍ୟରେ ଆଉ ୬ ପଜେଟିଭ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପୁଣି ଆଉ ୬ କୋରୋନା ପଜେଟିଭ ଚିହ୍ନଟ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କୋରୋନା ଆକ୍ରାନ୍ତଙ୍କ ମିଶାଇ ୭୪ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ୬ଜଣ ପଜେଟିଭ ଆକ୍ରାନ୍ତ ଯାଜପୁର ଓ ସୁନ୍ଦରଗଡ ଅଞ୍ଚଳର ହୋଇଥିବା ସୂଚନା । ଯାଜପୁର ଅଞ୍ଚଳରୁ କେବଳ ୫ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ବ୍ଲକର ୩ଜଣ ହୋଇଥିବା ବେଳେ କୋରେଇ, ଦଶରଥପୁର ଅଞ୍ଚଳର ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ କୋଲକାତାରୁ ଫେରିଥିବା ସୂଚନା ମିଳିଛି । ସେହିଭଳି ସୁନ୍ଦରଗଡ ଅଞ୍ଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।