ରାଜ୍ୟରେ ଆଉ ୨୦ ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜକୁ ଛୁଇଁଲା କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଏକାଥରରେ ଆଉ ୨୦ ଆକ୍ରାନ୍ତ ଚିହ୍ନଟ । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ମୟୂରଭଞ୍ଜ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ୨୦୫ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ନୂଆ ପଜିଟିଭ୍‌ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କେବଳ ୧୭ଜଣ ଅଛନ୍ତି। ବାକି ୩ଜଣ ମୟୂରଭଞ୍ଜ ଜିଲ୍ଲାର। ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି କରୋନା ପଜିଟିଭ୍ କେସ୍ ବାହାରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ନୂଆ ୨୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨ ଜଣ ଚିକିତ୍ସାଧୀନ ଥିବାବେଳେ ୬୧ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ ଜଣଙ୍କର ମୃତ୍ୟୁ ଘଟିଛି ।