(ଭଞ୍ଜନଗର) : ପୁଣି ରାଜ୍ୟକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ତୃତିୟ ଲହର ଓମିକ୍ରନ କୁ ନେଇ ସାରା ଦେଶ ବାସୀ ଏବେ ଚିନ୍ତିତ । ଆଉ ଏହାକୁ ନେଇ ସରକାର ମଧ୍ୟ ସଜାଗ । ଏହାକୁ ନେଇ ପୁଣି ରାଜ୍ୟରେ ଫେରିଛୀ କଣ୍ଟେନମେଣ୍ଟ ଜୋନ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମପଞ୍ଚାୟତର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହି ଅଞ୍ଚଳର ଜଣେ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଘରର ପାଖପାଖି ୫୦ରୁ ୬୦ମିଟର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ଏବଂ ମେଡିକାଲ ବ୍ୟତୀତ ସମସ୍ତ ନିୟମକୁ କଡାକଡି ପାଳନ କରିବାକୁ ଲୋକଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।