ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନିଜ ସମର୍ଥକଙ୍କୁ ନେଇ ଦିଲ୍ଳୀରେ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତି ଏବେ ଚର୍ଚ୍ଚ।।ରେ ରହିଛି । ପୂର୍ବରୁ ବିଜେପି ସରକାରୀ ଦଳର ବିଧାୟକଙ୍କୁ କିଣିବାକୁ ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଛନ୍ତି । ଏହାକୁ ଦେଖି ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପଥରେ ଚାଲିପଡିଛନ୍ତି ସଚିନ ପାଇଲଟ ବୋଲି ଆଲେ।।ଚନା ହେଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନରେ ଅସନ୍ତୁଷ୍ଟ ହୋଇ ପାଇଲଟ ନିଜ ବିଧାୟକମାନଙ୍କୁ ଧରି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି ।
ପାର୍ଟି ହାଇ କମାଣ୍ଡଙ୍କ ସହ ବୈଠକ କରୁଛନ୍ତି ପାଇଲଟ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ବିଜେପିକୁ ଟାର୍ଗେଟ୍ କରି ଅଭିଯୋଗ କରିଥିଲେ କି, ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଏହା ପରେ ମାହୋଲ ସରଗରମ ଅଛି। ତେବେ କଂଗ୍ରେସ ହାଇ କମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମସ୍ତ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ସେମାନେ ପ୍ରସ୍ତୁତ ଅଛନ୍ତି ଏବଂ ମଧ୍ୟପ୍ରଦେଶ ଭଳି ସ୍ଥିତି ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ।
ଏଓଜି ତଦନ୍ତ ନେଇ ତିନି ସ୍ୱାଧୀନ ବିଧାୟକଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ ଜେରା କରିବା ପରଠାରୁ ପରିସ୍ଥିତି ଗମ୍ଭୀର ରହିଛି। କୁହାଯାଉଛି, ପାଇଲଟ୍ ଦିଲ୍ଲୀ ପହଞ୍ଚିଛନ୍ତି ଏବଂ ହାଇକମାଣ୍ଡଙ୍କୁ ଭେଟି ଏହି ମାମଲାର ସମାଧାନ କରିବେ। ତେବେ ପାଇଲଟଙ୍କ ସମର୍ଥନରେ କେତେଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ହେଲେ ଶନିବାର ତିନିଜଣ ବିଧାୟକ ପାଇଲଟଙ୍କୁ ଭେଟିବାକୁ ଜୟପୁର ଯାଇଥିବାର ସୂଚନା ରହିଛି।