(ଭୁବନେଶ୍ୱର) : ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରରେ ଦିନକୁ ଦିନ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପୁଲିସ । ଆଜି ପୁଣି ରାଜଧାନୀରୁ ଜବତ ହୋଇଛି ବ୍ରାଉନ ସୁଗାର । ଭୁବନେଶ୍ବର ଚନ୍ଦ୍ରଶେଖରପୁର ପଣ୍ଡାସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏବଂ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ତେବେ ଛୋଟ ଛୋଟ ପୁଡିଆ କରି ବିକ୍ରି କରୁଥିଲେ ବ୍ୟବସାୟୀ ।