(ମୃତୁୃ୍ଞ୍ଜୟ / ରିପୋର୍ଟସ ଟୁଡ଼େ ): ରାଜାରାସ୍ତାରେ ପରୀକ୍ଷାର୍ଥୀ । ସରକାରୀ ଚାକରୀ ପାଇଁବା ଆଶାରେ ପରୀକ୍ଷା ଦେବାକୁ ରାଜଧାନୀକୁ ଛୁଟି ଆସୁଛନ୍ତି ଶହ ଶହ ପରୀକ୍ଷାର୍ଥୀ । ହେଲେ ଏହି ପରୀକ୍ଷାର୍ଥୀଙ୍କୁ ମିଳୁନି ମୌଳିକ ସୁବିଧା । ରହିବା , ଖାଇବା କ୍ଷେତ୍ରରେ ଦୁର୍ଦ୍ଦଶା ଭୋଗୁଛନ୍ତି ପରୀକ୍ଷାର୍ଥୀ । ଏହି ପରୀକ୍ଷାର୍ଥୀଙ୍କ ପାଇଁ ସରକାରୀ ସ୍ତରରେ କି ବେସରକାରୀ ସ୍ତରରେ ଏପରିକି ପରୀକ୍ଷାକୁ ଅନୁଷ୍ଠିତ କରୁଥିବା ବିଭାଗ ପକ୍ଷରୁ ମଧ୍ୟ କୌଣସି ସୁବିଧା କରାଯାଉନାହିଁ । ଫଲରେ ପରିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବା ହେତୁ ପରିକ୍ଷାରେ ଭଲ ପ୍ରଦର୍ଶନ କରିବା ନେଇ ସେମାନଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି ।
ଏହାର ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଟେରିଟୋରିଆଲ୍ ଆର୍ମିରେ ନିଯୁକ୍ତି ପାଇଁ ୧୨୦ ବାଟାଲିୟନ୍କୁ ଆସିଥିବା ଶହ ଶହ ଆଶାୟୀ ପ୍ରାର୍ଥୀଙ୍କ କ୍ଷେତ୍ରରେ। ୧୬ରେ ଓଡ଼ିଶା, ୧୭ରେ ଉତ୍ତରାଖଣ୍ଡ, ୧୮ରେ ଝାଡଖଣ୍ଡ ଓ ୧୯ରେ ଛତିଶଗଡ଼ ପାଇଁ ପରୀକ୍ଷା ହେବା ନେଇ ସୂଚନା ରହିଛି।
ତେବେ ସିଧାସଳଖ ଟ୍ରେନ୍ ନଥିବାରୁ ଦୁଇ ଦିନ ଆଗରୁ ଭୁବନେଶ୍ୱରରେ ପହଞ୍ଚିଥିଲେ ଆଶାୟୀ । କିନ୍ତୁ ସେମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରୁ ଆସିଥିବା ଆଶାୟୀ ରାତିରେ ଫୁଟ୍ଫାଥ୍ରେ ଶୋଇଥିଲେ । ରେଳ ଷ୍ଟେସନ୍, ଲୋୟର ପିଏମ୍ଜି ଓ ଏମ୍ଏଲ୍ଏ କଲୋନୀ ଫୁଟ୍ଫାଥ୍ରେ ରାତିରେ ଶୋଇଥିଲେ । ତେବେ ଏଥିରେ ଦାଉ ସାଜିଥିଲା ବର୍ଷା । ରାତିରେ ବର୍ଷା ହେବାରୁ ଆଶାୟୀ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାତି ବିତାଇଥିଲେ । ଅନ୍ୟ ପଟେ ପୋଲିସ ମଧ୍ୟ ଏମାନଙ୍କୁ ରାଜରାସ୍ତାରୁ ଏବଂ ଷ୍ଟେସନରୁ ତଡ଼ିବାକୁ ମଧ୍ୟ ପଛାଉନାହିଁନ୍ତି । ତାହାଲେ ଏଠି ପ୍ରଶ୍ନ ଉଠେକି ଏମାନେ ରହିବେ କେଉଁଠି । ରାସ୍ତାରେ ଏପରି ଶୋଉଥିବାରୁ ଏମାନଙ୍କ ଜୀବନ ପ୍ରତି ବିପଦ ରହୁଥିବା ନେଇ ପରୀକ୍ଷାର୍ଥୀ କହିଛନ୍ତି । ଅନ୍ୟପଟେ ବୁଦ୍ଧିଜିବି ମାନେ ମତ ପ୍ରକାଶ ମରିଛନ୍ତି କି ଏତେ ସଂଖ୍ୟକ ପରୀକ୍ଷାର୍ଥୀ ରାଜରାସ୍ତାରେ ଏଣେତେଣେ ରାତି କାଟୁଥିବା ହେତୁ ସେମାନେ ପରିବେଶକୁ ମଧ୍ୟ ଦୂଷିତ କରୁଛନ୍ତି । ଯେଉଁଠି ଖାଉଛନ୍ତି ସେଇଠି ଅଳିଆ ପକାଉଛନ୍ତି ଏବଂ ବାହାରେ ମଧ୍ୟ ଶୌଚ ହେଉଛନ୍ତି । ତେଣୁ କରି ସ୍ୱଚ୍ଛ ଭାରତ ଅଭିଯାନ ଫେଲ ମାରୁଛି ବୋଲି ମତ ଦେଇଛନ୍ତି ।
ଅନ୍ୟପଟେ ସରକାର ସ୍ମାର୍ଟ ସିଟିର କଥା ବଖାଣୁଥିବା ବେଳେ ରାଜଧାନୀର ଏହି ଦୃଶ୍ୟ ସବୁ ସ୍ମାର୍ଟ ସିଟିର ଯୋଜନା ଉପରେ ପ୍ରଶ୍ନ ଉଠାଉଛି । ଯୋଜନା ପରେ ଯୋଜନା କରୁଥିବା ସରକାର ପରିକ୍ଷାର୍ଥୀଙ୍କୁ ମୌଳିକ ସୁବିଧା ଯେଉଁଠି ଯୋଗାଇ ପାରୁନାହିଁନ୍ତି । ସେଠି ବିରୋଧୀ ଉଠାଉଥିବା ପ୍ରସଙ୍ଗ ଯୁବପିଢୀକୁ ଚାକିରୀ ଦେବାରେ ବିଫଳ ବିଜେଡ଼ି ସରକାର ଏହା ଠିକ ବୋଲି ପ୍ରମାଣିତ ହୋଇଛି ।